ପଥର ଫୁଟାଇ ଗିରଫ ହେଲେ ୧୨

0
157

ଦିଗପହଣ୍ଡି(ଓବି ନ୍ୟୁଜ)(ଶିବ ପ୍ରସାଦ ରଥ): ବ୍ରହ୍ମପୁର ଉପକଣ୍ଠ ମହୁଡ଼ାଠାରେ ଚାଲିଥିବା ବେଆଇନ ପଥର କୁଆଁରୀ ଉପରେ ପୁଲିସର ଚଢ଼ାଉ । ବ୍ରହ୍ମପୁର ମହାନଗର ନିଗମର କଠିନ ପରିଚାଳନା ବର୍ଯ୍ୟବସ୍ତୁ କେନ୍ଦ୍ର ମହୁଡ଼ାଠାରେ ହେଉଥିବାବେଳେ ବେଆଇନ ପଥର କୁଆଁରୀ ଓ ପାହାଡ଼ ଫଟାକୁ ନେଇ ବିଏମସି କର୍ତୃପକ୍ଷ ଅଭିଯୋଗ କରିଥିଲେ । ଆଉ ତାକୁ ଭିତିି କରି କୁକୁଡ଼ାଖଣ୍ଡି ତହସିଲଦାର ଦିଗପହଣ୍ଡି ଥାନା ଆଇଆଇସି ଗୌରାଙ୍ଗ ଚରଣ ସାହୁ, ଏସଡିପିଓ ସୁରେନ୍ଦ୍ରନାଥ ମୁର୍ମୁଙ୍କ ନେତୃତ୍ୱରେ ଚଢ଼ାଉ କରିଥିଲେ । ଏଥିରେ ସାମିଲ ହୋଇଥିଲେ ରାଜ୍ୟ ସିବିସିଆଇଡିର ସ୍ୱତନ୍ତ୍ର ଟାସ୍କଫୋର୍ସ । ଦୁଇଟି କ୍ରସର ୟୁନିଟ ସିଲ୍ କରିବା ସହ ପଥର ଫଟାଇବା ପାଇଁ ବ୍ୟବହୃତ ହେଉଥିବା ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ, ୫ଟି ଟ୍ରାକ୍ଟର, ଗ୍ରାଇଣ୍ଡିଂ ମେସିନ, ପୁଲିସ ପକ୍ଷରୁ ଜବତ କରାଯାଇଛି । ଏ ବାବଦରେ ୧୨ ଜଣଙ୍କୁ ଗିରଫ କରାଯାଇଛି ଏବଂ ଆଗକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯିବ ବୋଲି ବ୍ରହ୍ମପୁର ଏସପି ପିନାକ ମିଶ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here