ଭସାଇନେଲା ମୁଠା ମୁଠା ସ୍ୱପ୍ନ

0
264

ହିିଞ୍ଜିଳିକାଟୁ (ଓବି ନ୍ୟୁଜ୍) ; ଜଳ ର ଅଭାବରେ ହା ହତାଶ ହୋଇ ଉଠିଥିଲେ ଚାଷୀକୂଳ । ଜମିରେ ବିହନ ପଡିସାରିଥିଲା । ଅପେକ୍ଷା ଥିଲା ବର୍ଷାକୁ । ବର୍ଷା ଆସିବ ମାଟି ଭିଜିବ । ଧାନ ବିହନରୁ ଅଙ୍କୁର ବାହାରି ତଳି ହେବ । ସେସବୁକୁ ଧୀରେ ଧୀରେ କରି ରୋଇ ନେବେ ସାରା ଜମିରେ । ଆଉ ତାହା ଦେବ ବର୍ଷକର ଦାନା । ତେଲ ଲୁଣର ସଂସାର ହସିଉଠିବ । ଏମିତି କିଛି ମୁଠା ମୁଠା ସ୍ୱପ୍ନ ଦେଖୁଥିଲେ ଅନେକ ଚାଷୀ ହେଲେ ଅମାନିଆ ବର୍ଷାଟି ଭସାଇଦେଲା ସବୁ ସ୍ୱପ୍ନକୁ,ଉଜୁଡିଦେଲା ଧାନ କ୍ଷେତକୁ ।


ନିକଟରେ ସୃଷ୍ଠି ହେଉଥିବା ଲଘୁଚାପ ଜନିତ ବର୍ଷା ପରେ ପରେ ଏମିତି କିଛି ଚିତ୍ର ଦେଖିବାକୁ ମିଳିଛି ବିଭିନ୍ନ ସ୍ଥାନରେ । ହିଞ୍ଜିଳିକାଟୁ ବ୍ଲକର ବାଳକୃଷ୍ଣପୁର ଗ୍ରାମ ମଧ୍ୟ ବାଦ ପଡିନି ଏହି କଷଣ । ଏକର ଏକର ଧାନ ଜମିରେ ମାଡିଯାଇଛି ଜଳ । ଜଳଘେରି ଭିତରେ ହଜିଯାଇଛି ଚାଷୀଙ୍କ ଫସଲ । ବାଟମଣା ହୋଇ ଯାଇଛି ବର୍ଷକର ଦାନା । ସେହି ଗ୍ରାମର ସ୍ୱରାଜ୍ୟ ଗୌଡ – ୬ ପ୍ରାଣୀ କୁଟୁମ୍ବକୁ ନେଇ ତାଙ୍କର ତେଲ ଲୁଣର ସଂସାର । ଦୁଇମାଣ ଜମିରେ ଏକ ଫସଲି ଧାନ ପାଇଁ ବର୍ଷା ଧାରକୁ ଚାତକ ପକ୍ଷୀ ପରି ଚାହିଁ ରହିଥାନ୍ତି ସେ । ହେଲେ କେତେବେଳେ ବର୍ଷାର ଆଁ ଭିତରେ ଫସଲ ବୁଡିଯାଏ ତ ଆଉ କେତେବେଳେ ବର୍ଷାକୁ ଚାହିଁ ଚାହିଁ ପୋଡିଯାଏ ଗଛ ଗଣ୍ଡାକ । ତଥାପି କିନ୍ତୁ ହାର ମାନନ୍ତିନି ସ୍ୱରାଜ୍ୟ । ଏବେ ପୁଣି ଥରେ ଲଗାଣ ବର୍ଷା ତାଙ୍କ ପରିବାର ପାଇଁ ସାଜିଛି ଅଭିଶାପ । ପେଟର ଭୋକ ମେଂଟାଇବା ଚିନ୍ତା ତାଙ୍କୁ ଘାରିଛ ିା
ସେହି ଗ୍ରାମର ଭାଲୁ ଗୌଡଙ୍କ କଥା ବି ସେମିତି କିଛି । ଏହି ୨ ଚାଷୀଙ୍କ ପରି ଅନେକ ଚାଷୀ ମୁଣ୍ଡର ଝାଳ ତୁଣ୍ଡରେ ମାରି ଜମିକୁ ଓହ୍ଲାଉଛନ୍ତି ଆମ ମାନଙ୍କ ପେଟକୁ ଦାନା ଯୋଗାଇବା ପାଇଁ ହେଲେ ସରକାରୀ ଯୋଜନା ର ଦ୍ୱାହୀ ଦେଇ ଆମେ ସମସ୍ତେ ଭୁଲିଯାଉଛେ ସେମାନଙ୍କ ଅଙ୍ଗେନିଭା କାହାଣୀକୁ ।

LEAVE A REPLY

Please enter your comment!
Please enter your name here