ବେଗୁନିଆପଡ଼ା (ଓବି ନ୍ୟୁଜ୍)(ଗାୟତ୍ରି ଦେବୀ) ;ଆଜି ପୂର୍ବାହ୍ନରେ ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ଏସ୍. ଛଛିନା ହାଇସ୍କୁଲ ନିକଟସ୍ଥ ରାସ୍ତା ହମ୍ପରେ ଏକ ବାଇକ୍ ଦୁର୍ଘଟଣା ଘଟି ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ଖଲ୍ଲିକୋଟ ଥାନା ଅନ୍ତର୍ଗତ ତାଳପଡା ଗ୍ରାମର ଅମର ସାହୁଙ୍କ ପତ୍ନୀ ସୁନିତା ସାହୁ (୪୦) ତାଙ୍କ ବାପାଙ୍କ ସହ ବାଇକ୍ ରେ ସୁମଣ୍ଡଳ ପଟରୁ ବେଗୁନିଆପଡ଼ା ଅଭିମୁଖେ ଆସୁଥିବା ବେଳେ ସେହି ସ୍ଥାନରେ ହଠାତ୍ ସୁନିତା ଗାଡିରୁ ଖସିଯାଇଥିଲେ, ଫଳରେ ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗି କାନ ପଟରୁ ରକ୍ତସ୍ରାବ ହୋଇଥିଲା । ତାଙ୍କୁ ତୁରନ୍ତ ଏକ ଘରୋଇ କାର୍ ଯୋଗେ କୋଦଳା ମେଡିକାଲ କୁ ଆଣିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଡାକ୍ତରଖାନାକୁ ପଠାଯାଇଥିଲା । ସୁନିତା ଙ୍କ ସ୍ଵାମୀ ଦୀର୍ଘ ୩ ବର୍ଷ ହେବ ନିଖୋଜ ଥିବା ବେଳେ ସ୍ୱାମୀଙ୍କ ବିଷୟ ଜାଣିବା ପାଇଁ ସେ ତାଙ୍କ ବାପାଙ୍କ ସହିତ ଜଣେ ଜ୍ୟୋତିଷ ଙ୍କ ନିକଟକୁ ଯାଇଥିଲେ । ଫେରିବା ବାଟରେ ଏହି ଦୁର୍ଘଟଣା ଘଟିଥିଲା । ଘଟଣା ସ୍ଥଳରେ ତାଙ୍କ ଚେତା ଶୂନ୍ୟ ହୋଇଯାଇଥିଲା ।