ସୁରକ୍ଷିତ ମାତ୍ରୁତ୍ୱ ଅଭିଯାନ କାର୍ଯ୍ୟକ୍ରମ

0
118

ଗଜପତି (ଓବି ନ୍ୟୁଜ୍)(ଗଣେଷ କୁମାର ରାଜୁ) ; ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଚିକିତ୍ସ୍ୟାଳୟ ପରିସରରେ କେନ୍ଦ୍ର ସରକାରଙ୍କ, ଗର୍ଭବତୀ ମହିଳା ମାନଙ୍କ କ୍ଷେତ୍ରରେ ଉଦ୍ଦିଷ୍ଟ ଲୋକାଭିମୁଖୀ ଲୋକପ୍ରିୟ କାର୍ଯ୍ୟକ୍ରମ ,ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତ୍ରୁତ୍ୱ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକ ମାସର ୯ ତାରିଖ ଦିନ ଏହି କେନ୍ଦ୍ରୀୟ କାର୍ଯ୍ୟକ୍ରମ ଯେଉଁ ଆରମ୍ଭ କରାଯାଇଛି , ତାର ମୁଳ ଉଦ୍ଦେଶ୍ୟ ହେଲା ଯେ , ପ୍ରତ୍ୟେକ ମହିଳା , ଯେଉଁମାନେ କି ଗର୍ଭ-ଧାରଣର ୪ମାସ ଠାରୁ ଗର୍ଭବତୀ ମହିଳା ମାନଙ୍କ ସରକାରୀ ଚିକିତ୍ସାଳୟରେ ଗୋଟିଏ ଛାତ ଅର୍ଥାତ ଗୋଟିଏ ସ୍ଥାନରେ ସମସ୍ତ ପ୍ରକାର ପରୀକ୍ଷା ଓ ଚିକିତ୍ସା ମାଗଣାରେ ଉପଲବ୍ଧ ହୋଇପାରିବ । ଏହାହିଁ ଏହି କେନ୍ଦ୍ରୀୟ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ଏହି କାର୍ଯ୍ୟକ୍ରମରେ ଜଣେ ମହିଳା ଗର୍ଭ ଧାରଣର ୯ ମାସ ମଧ୍ୟରେ ଚିକିତ୍ସାଳୟରେ ଡାକ୍ତରଙ୍କ ଦ୍ବାରା ଗର୍ଭବତୀର ସ୍ବାସ୍ଥ୍ୟ ପରୀକ୍ଷା ହୋଇଥାଏ । ବିପଦ ପୂର୍ଣ୍ଣ ଗର୍ଭବତୀ ଚିହ୍ନଟ ଓ ଚିହ୍ନଟ ହୋଇଥିବା ଗର୍ଭବତୀ ମହିଳାଙ୍କ ଚିକିତ୍ସା ଏଠାରେ କରାଯାଉଛି । ଅନ୍ୟପକ୍ଷରେ ପ୍ରସବ ପରବର୍ତ୍ତୀ ସେବା ଓ ସୁବିଧାକୁ ଏଠାରେ ସୁନିଶ୍ଚିତ କରାଇବା ସହ ବିପଦସଙ୍କୁଳ୍ ଅବସ୍ଥାରେ ଥିବା ଗର୍ଭବତୀ ମହିଳାଙ୍କ ପାଈଁ ଏଠାରେ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ବ୍ୟବସ୍ଥା ମଧ୍ୟ କରାଯାଉଛି । ଏହି କାର୍ଯ୍ୟକ୍ରମରେ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ବାସ୍ଥ୍ୟ ପାଈଁ ଗୋଟିଏ ସ୍ଥାନରେ ଆବଶ୍ୟକ ହେଉଥିବା ବିଭିନ୍ନ ପରୀକ୍ଷା ସବୁ କରାଯାଉଛି । ପ୍ରଥମେ ଆସୁଥିବା ଗର୍ଭବତୀ ମହିଳାଙ୍କ ନାମ ପଞ୍ଜିକରଣ ହେବା ପରେ ସେମାନଙ୍କୁ ସୁଗାର୍ ପରୀକ୍ଷା ପାଈଁ ପୁର୍ବରୁ ଗ୍ଲୁକୋଜ୍ ପାଣି ପିଇବା ପାଈଁ ଦିଆହେଉଛି । ତାପରେ ସୁଗାର୍ ପରୀକ୍ଷା କରାଯାଇ ସେମାନଙ୍କ ଉଚତା ଓ ଓଜନ ମାପ କରାଯାଉଛି । ତାପରେ ବିଭିନ୍ନ ପରୀକ୍ଷା ଯଥା:- ରକ୍ତର ବିଭିନ୍ନ ପରୀକ୍ଷା ସହ ରକ୍ତଚାପ ଓ ପରିସ୍ରା , ଅଲଟ୍ରାସାଉଣ୍ଡ ଯୌନ ଓ ପ୍ରଜନନ ସମ୍ପର୍କରେ ସମସ୍ତ ପରୀକ୍ଷା କରାଯାଉଛି । ଏସବୁ ପରୀକ୍ଷା ହୋଇ ସାରିବା ପରେ ଡାକ୍ତରଙ୍କ ଦ୍ବାରା ଆବଶ୍ୟକ ସବୁ ଚିକିତ୍ସା କରା ଯାଉଛି । ଏସବୁ ହେବାପରେ ଗର୍ଭବତୀ ମହିଳାମାନଙ୍କୁ ସୁରକ୍ଷିତ ସ୍ବାସ୍ଥ୍ୟ-ସେବା ସମ୍ପର୍କରେ ପରାମର୍ଶ ଶିକ୍ଷା ମଧ୍ୟ ଦିଆଯାଉଛି । ଏହି ପରାମର୍ଶ ଶିକ୍ଷା ମଧ୍ୟରେ ମୁଖ୍ୟତଃ ଗର୍ଭବତୀ ମହିଳାଙ୍କ ପାଈଁ ସମୟ ଅନୁଯାୟୀ ସଠିକ ଖାଦ୍ୟ ବିଶ୍ରାମ , ପ୍ରସବ ପାଈଁ କିଭଳି ପ୍ରସ୍ତୁତି ହେବେ , ଉପଯୁକ୍ତ ଯୋଜନା ଏବଂ ପରିବାର ନିୟୋଜନ ପଦ୍ଧତି ବିଷୟରେ ପରାମର୍ଶ ଶିକ୍ଷା ଦିଆ ଯାଉଛି । ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତ୍ରୁତ୍ୱ ଅଭିଯାନ କାର୍ଯ୍ୟକ୍ରମ ଅବସରରେ ଜିଲ୍ଲା ମିଶନ ଶକ୍ତିର ପାରଳାଖେମୁଣ୍ଡି ସ୍ଥିତ କଣ୍ଡରା ସାହିର “ଜୟ ସନ୍ତୋସି ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ମାଧ୍ୟମରେ ୫୦ ରୁ ଅଧିକ ଗର୍ଭବତୀ ମହିଳାଙ୍କୁ ଔଷଧୀୟ ଜଳଖିଆ ଖାଦ୍ୟ ପୁଡା଼ ବଣ୍ଟନ କରାଯାଇଥିଲା । ଏହି ବଣ୍ଟନ କାର୍ଯ୍ୟକ୍ରମକୂ ସିଡ଼ି଼ଏମଓ -ଡାଃ ଗୁନୁରାଣୀ ପଟନାୟକ ଶୁଭାରମ୍ଭ କରିଥିଲେ ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଡାଃ ସରୋଜ କୁମାର ମିଶ୍ର ,ଡାଃ ଶାନ୍ତନୁ ପାଢ଼ୀ, ଏସଟି-ନେତ୍ରାନନ୍ଦ ଶତପଥି , ମିଶନ ଶକ୍ତି’ର ବିପିସି-ଲାବନ ରଇତ , କଣ୍ଡରା ସାହି ଅଙ୍ଗନବାଡି କର୍ମୀ -ଜ୍ୟୋତି କୁମାରୀ ଦାସ ,ଜୟ ସନ୍ତୋସି ମହିଳା ସ୍ୱୟଂ ସହାୟକ ଗୋଷ୍ଠି ର ସଭାପତି-ପ୍ରତିମା ବିଶ୍ୱାଳ , ସମ୍ପାଦିକା-ଝୁନା ନାୟକ ପ୍ରମୁଖଙ୍କ ସମେତ ମହିଳା ଗୋଷ୍ଠି ର ସମସ୍ତ ସଭ୍ୟା ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here