ବେଲଗୁଣ୍ଠା (ଓବି ନ୍ୟୁଜ୍)(ପ୍ରଭାତ ସାହୁୁ) ; ଗତକାଲି ବେଲଗୁଣ୍ଠା ନିକଟ ବୋଡା ନଦୀରେ ଯାତାୟତ ପାଇଁ ହୋଇଥିବା ଅସ୍ଥାୟୀ ରାସ୍ତା ଟି ପାଣି ରେ ଭାସିଯାଇଥିଲା ।ଫଳରେ ବେଲଗୁଣ୍ଠା-ବାଲିପଦର ଯୋଗାଯୋଗ ସମ୍ପୂର୍ଣ ରୂପେ ଠପ ହୋଇଯାଇଥିଲା ।ଯାନବାହନ ଯିବା ତ ଦୂରର କଥା ଚାଲଯିବା ପାଇଁ ମଧ୍ୟ ରାସ୍ତା ନାହିଁ ।ଏପରି ସ୍ଥଳେ ଏହି ଅଞ୍ଚଳର ଛାତ୍ରଛାତ୍ରୀମାନେ,ରୋଗୀ,ବ୍ୟବସାୟୀ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।ଆଜି ଆମ୍ବପୁଆ ସରପଞ୍ଚ ପ୍ରମୋଦ ପ୍ରଧାନ ଉଦ୍ୟମ କରି ଅଞ୍ଚଳର ଯୁବକ ତଥା ନିଜ ସହଯୋଗୀଙ୍କ ସହଯୋଗରେ ନଦୀ ଉପରେ ସିମେଣ୍ଟ ଖୁଣ୍ଟ ଦେଇ ଅସ୍ଥାୟୀ ରୁପେ ଏକ ପାଦଚଲା ରାସ୍ତା ତିଆରି କରିଛନ୍ତି ।ଯାହା ଫଳରେ କି ସାଧାରଣ ଲୋକେ ସାମାନ୍ୟ ଆଶ୍ୱସ୍ତ ହେବା ସହ ପାଦଚଲା ରାସ୍ତାରେ ବେଲଗୁଣ୍ଠା ଆସି ନିଜର ଅତ୍ୟାବଶ୍ୟକ କାର୍ୟ୍ୟ ସମ୍ପାଦନ କରିଛନ୍ତି ।ଅଞ୍ଚଳର ଲୋକେ ଯୁବ ସରପଞ୍ଚ ଙ୍କ କାର୍ୟ୍ୟ କୁ ପ୍ରଂଶସା କରିଛନ୍ତି ।