ହିଞ୍ଜିଳିରେ କ୍ରାନ୍ତି ଦିବସ ପାଳିତ

    0
    234

    ହିଂଜିଳି (ଓବି ନ୍ୟୁଜ୍)(ପବିତ୍ର କୁମାର ପାତ୍ର) ;: ହିଂଜିଳିକାଟୁ ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ କ୍ରାନ୍ତି ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ସାମୁହିକ ଜାତୀୟ ସଂଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ୫ ଜଣ ଜବାନ ପରିବାରକୁ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ଥାନୀୟ ତହସିଲଦାର ଗୋପୀନାଥ କୁଆଁର, ବିଜ୍ଞାନ ମହାବିଦ୍ୟାଳୟ ଅଧକ୍ଷ ଚନ୍ଦ୍ର ଶେଖର ପୃଷ୍ଟି , ଅଗ୍ନିଶମର ଅଧିକାରୀ ଲବ ନାୟକ, ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଶାନ୍ତିଲତା ମୁନୀ, ବରିଷ୍ଟ ସାମ୍ବାଦିକ ନିର୍ମଳ ମିଶ୍ର, ପୂର୍ବତନ ବିଧାୟକ ହରିହର ସାହୁ ,ସାମ୍ବାଦିକ ତଥା ସମାଜସେବୀ ଆକାଶ ପଟ୍ଟନାୟକ ପ୍ରମୁଖ ମଂଚାସୀନ ରହି ଜବାନ ପରିବାର ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ତ୍ରିରଙ୍ଗା ଯୁବକ ସଂଘ ସଭାପତି ରଞ୍ଜନ ସାହୁ ଓ ଅନ୍ୟାନ୍ ସଦସ୍ୟ ସାମ୍ବାଦିକ ବସନ୍ତ ପଟ୍ଟନାୟକ, ଦ୍ୱିତିକୃଷ୍ଣ ସାବତ, ପ୍ରିୟବ୍ରତ ପଣ୍ଡା, ପ୍ରକାଶ ସ୍ୱାଇଁ,ଶିକ୍ଷକ କୈଳାସପତି ଦାସ, ଅରୁଣ କୁମାର ସାମନ୍ତ, ଚିମନ୍ ସାହୁ,ଅବସରପ୍ରାପ୍ତ ଅଧ୍ୟାପକ ଅରବିନ୍ଦ ପଣ୍ଡା ଓ ସ୍ଥାନୀୟ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ରହି ଜାତୀୟ ସଂଗୀତ ଗାନ କରିଥିଲେ

    LEAVE A REPLY

    Please enter your comment!
    Please enter your name here