ମୋହନା (ଓବି ନ୍ୟୁଜ୍) ( ସୁବିତ୍ କୁମାର ନାୟକ ) ; ଗଜପତି ଜିଲ୍ଲା ମୋହନା କଲ୍ୟାଣୀ ମଣ୍ଡପ ଠାରେ ପ୍ରଥମ ଥର ପାଇଁ ସମସ୍ତ ଆଦିବାସୀଙ୍କୁ ନେଇ ମୋହନା ଅଞ୍ଚଳରେ ତଥା ଜିଲ୍ଲାର ପ୍ରତ୍ୟେକ ଆଦିବାସୀ ଆଜି ବିଶ୍ଵ ଆଦିବାସୀ ଦିବସ ପାଳନ କରିଅଛନ୍ତି । ଏହି ଦିବସଟି ୧୯୯୩ ମସିହା ଠାରୁ ଭାରତ ବର୍ଷରେ ପାଳନ ହୋଇଆସୁଛି । ଏହି ଦିବସଟି କୌଣସି ରାଜନୈତିକ ଓ ଧର୍ମକୁ ନେଇ କରାଯାଏ ନାହିଁ । ଏହା ଏକ ଆଦିବାସୀମାନଙ୍କର ପରମ୍ପରା, ରୀତିନୀତି ଓ ସଂସ୍କୃତିକୁ ନେଇ ପାଳନ କରାଯାଏ। ଆଜି ମୋହନା ଅଞ୍ଚଳର ପ୍ରତ୍ୟେକ ଆଦିବାସୀ ଏହି ବିଶ୍ଵ ଆଦିବାସୀ ଦିବସରେ ଯୋଗଦାନ କରି ଏହି ଦିବସଟିକୁ ପାଳନ କରିଥିଲେ। ଏବଂ ଆଦିବାସୀମାନଙ୍କର ଲୋପ ପାଇଯାଉଥିବ ସଂସ୍କୃତି, ନୃତ୍ୟ, କାରୁକାର୍ଯ୍ୟ ପାରମ୍ପାରିକ ଅସ୍ତ୍ର ଶସ୍ତ୍ର ବଞ୍ଚି ରହିବ ସେହି ବିଷୟରେ ଆଲୋଚନା କରାଯାଇଥିଲା । ଏହି ଦିବସରେ ମୋହନା ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରଯୁକ୍ତ ଦାଶରଥି ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଅଂଶ ଗ୍ରହଣ କରିଥିଲେ। ଏହା ବ୍ୟତୀତ ଆଦିବାସୀ ଉନ୍ନୟନ ପରିଷଦର ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ଗମାଙ୍ଗ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ ମଲ୍ଲିକ, କୁଇ କନ୍ଧ ଉନ୍ନୟନ ସମିତି ସଭାପତି ଶ୍ରୀଯୁକ୍ତ ବାଡିସା ମାଝୀ, ଶବର ସମାଜ ଉପୋଦେଷ୍ଟା ଝାମୁର ରଇତ, ପୂର୍ବତନ ଗଜପତି ଜିଲ୍ଲା ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ପୂର୍ବତନ ବିଧାୟିକା ବାସନ୍ତୀ ମଲ୍ଲିକ, ଜିଲ୍ଲା ପରିଷଦ ବାଳକୃଷ୍ଣ ମଲ୍ଲିକ ଓ ଆଦିବାସୀ ମାନ୍ୟ ଗନ୍ୟ ଓ ବୁଦ୍ଧଜୀବିମାନେ ଏହି ବିଶ୍ଵ ଆଦିବାସୀ ଦିବସରେ ଯୋଗଦାନ କରିଥିଲେ। ଏହି ବିଶ୍ଵ ଆଦିବାସୀ ଦିବସକୁ ପରିଚାଳନା କରିଥିଲେ ନବ ନିର୍ମାଣ ସୁରକ୍ଷା ମଞ୍ଚ ସଭାପତି ଶ୍ରଯୁକ୍ତ ନିର୍ମଳ ପାଲ୍। ଆଗାମୀ ବର୍ଷରେ ଜିଲ୍ଲା ସ୍ତରରେ ଏହି ଦିବସଟିକୁ ପାଳନ କରିବାପାଇଁ ନିଷ୍ପତି ନିଆଯାଇଥିଲା