ଟାଟା ପ୍ରକଳ୍ପ ଚାଲୁ ପାଇଁ ଶ୍ରମିକ ସଂଘ ଭେଟିଲେ ଜିଲ୍ଲାପାଳଙ୍କୁ

    0
    77

    ଛତ୍ରପୁର (ଓବି ନ୍ୟୁଜ)(ପ୍ରଶାନ୍ତ କୁମାର ମହାରଣା) : ଖୁବ୍ ଶୀଘ୍ର ଟାଟା ପ୍ରକଳ୍ପ କାର୍ଯ୍ୟ ଚାଲୁ କରିବା ନିମନ୍ତେ ଆଜି ଟାଟା ପ୍ରକଳ୍ପର ପ୍ରଭାବିତ ଶ୍ରମିକ ସଂଘ ପକ୍ଷରୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଭେଟି ଏକ ଲିଖିତ ଦାବୀ ପତ୍ର ପ୍ରଦାନ କରାଯାଇଛି । ଚମାଖଣ୍ଡି, କାଳିପଲ୍ଲୀ, ବାସନାପୁଟି, ପଲ୍ଲୀପଦର, ରାମେୟାପଲ୍ଲୀ, ବଡପୁଟି, ପି.ଲକ୍ଷ୍ମୀପୁର, ଜଗନ୍ନାଥପୁର, ସୀତାରାମପୁର, ପାଇକପଡା, ମନସୁରକୋଟା ଓ ଶ୍ରୀରାମଚନ୍ଦ୍ରପୁର ଗ୍ରାମ ପରିବାର ବର୍ଗର ଶ୍ରମିକ ଓ କର୍ମଚାରୀ ମାନେ ବର୍ତ୍ତମାନ ଠିକାଦାର ମାନଙ୍କ ପାଖରେ ସ୍ୱଳ୍ପ ବେତନ ପାଇ କାର୍ଯ୍ୟରତ । କିନ୍ତୁ ଗତ ୩୦.୦୭.୨୦୧୯ ତାରିଖ ମଙ୍ଗଳବାର ଠାରୁ ଟାଟା ପ୍ରକଳ୍ପ କାର୍ଯ୍ୟ କୈାଣସି କାରଣ ବଶତଃ ବନ୍ଦ ଥିବା ଯୋଗୁଁ ଏଠାକାର ପରିବେଶ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି ଓ ଆମ୍ଭ ମାନଙ୍କୁ ବହୁତ ପ୍ରକାର ଅସୁବିଧା ସମ୍ମୁଖୀନ ହେବାକୁ ପଡୁଛି । ଗତକିଛି ବର୍ଷ ହେଲା ଠିକାଦାରମାନଙ୍କ ପାଖରେ କିଛି ସ୍ୱଳ୍ପ ବେତନ ପାଇ ଆମେ ଆମ୍ଭର ପରିବାର ପ୍ରତିପୋଷଣ କରିଥିଲୁ କିନ୍ତୁ କିଛି ଦିନ ହେଲା ପ୍ରକଳ୍ପ କାର୍ଯ୍ୟ ବନ୍ଦ ଥିବା ଯୋଗୁଁ ଆମ୍ଭର ଯେଉଁ ଜୀବନ ଝିବିକା ପନ୍ଥା ଥିଲା ସେଥିରେ ବର୍ତ୍ତମାନ ଗୋଟିଏ ପୂର୍ଣ୍ଣଚ୍ଛେ ପଡିଯାଇଛି । ତେୁଣୁ ଆମ୍ଭଙ୍କୁ ଆମ୍ଭର ନାର୍ଯ୍ୟ ଅଧିକାରରୁ ବଂଚିତ କରାନଯାଉ ଏବଂ ତୁରନ୍ତ ଏହାକୁ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକ୍ଷମ କରାଯାଉ । ଏହି ଅଂଚଳର ବିଭିନ୍ନ ଲୋକଙ୍କ ଭିନ୍ନ ଭିନ୍ନ ପ୍ରକାରର ଦାବୀ ନେଇ ବାରମ୍ବାର ପ୍ରକଳ୍ପ ର ମୁଖ୍ୟ ଫାଟକ ବନ୍ଦ ହେବା ଏବଂ ଏକ ପ୍ରକାର ଅପ୍ରିତିକାର ପରିସ୍ଥିତି ସୃଷ୍ଟି ହେବା ଦ୍ୱାରା ଏହି ଅଂଚଳରେ ଏକ କୋକୁଆଭୟ ସୃଷ୍ଟି କରୁଛି । ଏହି ପ୍ରକଳ୍ପରେ ଯେଉଁ ପୁଞ୍ଜିନିବେଶକାରୀ କମ୍ପାନୀ ଗୁଡିକ ଆସୁଛନ୍ତି ସେମାନଙ୍କ ସୁରକ୍ଷା ନେଇ ଏକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ଏବଂ ସେମାନେ ନିଜ କୁ ସୁରକ୍ଷା ମଣୁନାହାନ୍ତି । ଶେଷରେ ନିରାଶ ହୋଇ ଫେରସ୍ତ ହୋଇଯାଉଛନ୍ତି । ଯାହାଦ୍ୱାରା ଏହି ଅଂଚଳରେ ଅର୍ଥନୈତିକ ସମସ୍ୟା ଓ ବିଭିନ୍ନ ପ୍ରକାର ବିକାଶ ମୂଳଖ କାର୍ଯ୍ୟକ୍ରମରେ ବାଧା ସୃଷ୍ଲି କରୁଛି । ଏହାସହ ବେକାର ସମସ୍ୟା ବୃଦ୍ଧି ପାଇବା ଏକ ପ୍ରମୁଖ କାରଣ । ଏଣୁ ତୁରନ୍ତ ଜିଲ୍ଲାପ୍ରଶାସନ ଓ ଟାଟା କର୍ତ୍ତୃପକ୍ଷଙ୍କ ମିଳିତ ଉଦ୍ୟମରେ ଏହାର ସ୍ଥାୟୀ ସମାଧାନ କରି ଖୁବ୍ ଶୀଘ୍ର କାର୍ଯ୍ୟ ତ୍ୱତାନ୍ନୀତ କରନ୍ତୁ । ଏହି ଦାବୀ ପତ୍ର ପ୍ରଦାନ ଶତାଧୀକ ମହିଳା ଓ ପୁରୁଷ ପ୍ରଭାବିତ ଶ୍ରମିକ ସଂଘର ସଦସ୍ୟ ମାନେ ଉପସ୍ଥିତ ଥିଲେ ।

    LEAVE A REPLY

    Please enter your comment!
    Please enter your name here