ଯାଂଚ ହେବ ଶିକ୍ଷାଗତ ଓ ଯୋଗ୍ୟତା ପ୍ରମାଣପତ୍ର

0
118

ଛତ୍ରପୁର (ଓବି ନ୍ୟୁଜ)(ପ୍ରଶାନ୍ତ କୁମାର ମହାରଣା): ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗରୁ ଚିଠି ନଂ ୧୬୭୦୪ /୭.୦୮.୨୦୧୯ ତାରିଖ ଏକ ନିର୍ଦ୍ଦେଶନାମା ଜାରି ହୋଇଛି ଯେ ଗତ ୧.୦୧.୨୦୧୧ ମସିହାରେ ନିଯୁକ୍ତି ପାଇଥିବା ପ୍ରାଥମିକ କନିଷ୍ଠ ଶିକ୍ଷକ / ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ ମାନଙ୍କ ଶିକ୍ଷାଗତ ପ୍ରମାଣ ପତ୍ର ସହ ରାଜ୍ୟ ବାହାର ବିଶ୍ୱବିଦ୍ୟାଳୟ ସ୍ୱିକୃତି ପ୍ରାପ୍ତ ପ୍ରମାଣ ଯାଞ୍ଚ କରାଯିବ । ଏହାସହ ଯେଉଁ ଶିକ୍ଷକ ମାନେ ଅନୁସୂଚିତ ଜାତି / ଜନଜାତି ପ୍ରମାଣ ପତ୍ର ଦେଇ ସଂରକ୍ଷଣ ନିଯୁକ୍ତି ପାଇଥିବେ । ପୁଣି ସେମାନଙ୍କୁ ଜାତିଗତ ପ୍ରମାଣ ପତ୍ର ଏବେ ସଂପୃକ୍ତ ତହସିଲଦାରଙ୍କ ଠାରୁ ଆଣି ଦାଖଲ କରିବେ । ଏହାସହିତ ସେମାନେ ମୂଳ ପ୍ରମାଣ ପତ୍ର ନକଲ ଗେଜେଟେଣ୍ଡ ଅଫିସରଙ୍କ ଆଟାସଟଣ୍ଡ କରି ଦାଖଲ କରିବେ । ଏହି ନିର୍ଦ୍ଦେଶନାମା ରାଜ୍ୟ ଓପେପା ନିର୍ଦ୍ଦେଶ, ସମସ୍ତ ଜିଲ୍ଲାର ଡିଇଓ, ଡିପିସି ଓ ବିଇଓ ମାନଙ୍କ ପାଖକୁ ପଠାଯାଇଛି । ସୂଚନା ଯୋଗ୍ୟ ଯେ ୧.୦୧.୨୦୧୧ ଠାରୁ ନିଯୁକ୍ତି ପାଇଥିବା ସମସ୍ତ ବର୍ଗର ଶିକ୍ଷକ/ଶିକ୍ଷୟତ୍ରୀ ମାନେ ସଂପୃକ୍ତ ଅଧିକାରୀଙ୍କ ଠାରୁ ନିର୍ଦ୍ଦେଶପାଇଲା ପରେ ନିଜନିଜର ଶିକ୍ଷାଗତ, ଜାତିଗତ ପ୍ରମାଣ ପତ୍ର ତୁରନ୍ତ ଦାଖଲ କରିବେ ।

LEAVE A REPLY

Please enter your comment!
Please enter your name here