ବିଗାଡି ଦେଲା କୃମିନାଶକ ଔଷଧ

0
48

କବିସୂର୍ଯ୍ୟନଗର (ଓବି ନ୍ୟୁଜ) ; କବିସୂର୍ଯ୍ୟନଗର ନିର୍ବାଚନ ଅନ୍ତର୍ଗତ ଜରଡ ଗ୍ରାମରେ ସ୍କୁଲ ଛାତ୍ରଛାତ୍ରୀ ଅସୁସ୍ଥ । ବିଦ୍ୟାଳୟର ୧୦ ଜଣ ଛାତ୍ରଛାତ୍ରୀ ଏକ ସଙ୍ଗେ ହୋଇଗଲେ ଅସୁସ୍ଥ । ସ୍ୱାସ୍ଥ୍ୟ ବିଭାଗର ଯୋଜନା ପ୍ରକାରେ ସ୍କୁଲରେ ଆଜି କୃମିନାଶକ ଔଷଧ ବଂଟାଯାଇଥିଲା । ସମସ୍ଥେ ଖାଇଥିଲେ । ହେଲେ କିଛି ସମୟ ପରେ ଅସୁସ୍ଥ ହୋପଡିଲେ ୧୦ ଜଣ ଛାତ୍ରଛାତ୍ରୀ । ଜରଡ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏହି ଘଟଣା । ତିନି ଜଣ ଛାତ୍ରୀଙ୍କୁ ସେଠାରେ ଚିକିତ୍ସା କରାଯାଇଥିବା ବେଳେ ଅଧିକ ଅସୁସ୍ଥ ହୋଇପଡିଥିବା ୭ ଜଣ ଛାତ୍ରଛାତ୍ରୀଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଯାଇଥିଲା । ଖବର ପାଇ ବିଧାୟିକା ଲତିକା ପ୍ରଧାନ ବଡ ମେଡିକାଲ ଆସି ଅସୁସ୍ଥ ପିଲାମାନଙ୍କୁ ଭେଟିଥିଲେ ଓ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ । ଏହାପରେ ଡାକ୍ଟରଙ୍କ ସହ ଆଲୋଚନା କରି ସେ ଫେରିଯାଇଥିଲେ ।

LEAVE A REPLY

Please enter your comment!
Please enter your name here