ପୋଲସରା (ଓବି ନ୍ୟୁଜ) ; ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ମିଳିଲା ନୂଆ ପଦବୀ । ଗଞ୍ଜାମ ଜିଲ୍ଲ୍ା ଯୋଜନା ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଲେ ଶ୍ରୀ ସାହୁ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୧୪ ରୁ ବିଜେଡି ବିଧାୟକ ରୂପେ ରହିଆସିଥିବା ଶ୍ରୀ ସାହୁଙ୍କୁ ନୂତନ ପଦବୀ ମିଳିନଥିବାରୁ ତାଙ୍କ ନିର୍ବାଚନ ମଣ୍ଡଳୀରେ ତାଙ୍କ ସମର୍ଥକ ଓ ଶୁଭେଚ୍ଛାଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି ।