ଅଟୋ ଦୁର୍ଘଟଣାରେ ୮ ଗୁରୁତର

0
88

ମୋହନା (ଓବି ନ୍ୟୁଜ) (ସୁବିତ କୁମାର ନାୟକ): ଗଜପତି ଜିଲ୍ଲା ମୋହନା ଥାନା ଜାଲିବାଡ଼ଇ ଗ୍ରାମ ନିକଟରେ ଏକ ଅଟୋ ଓଲଟିବାରୁ ୮ ଛାତ୍ରଛାତ୍ରୀ ଅହତ ହୋଇଥିବା ବେଳେ ଜଣେ ଛାତ୍ର ଗୁରୁତର ହୋଇଛନ୍ତି । ଗୁରୁତର ଛାତ୍ର ହେଲେ ଅଲିଫ ବୀର (୧୫) । ଆହତ ମାନେ ହେଲେ ମଧିୟାସ ଲିମା (୧୩), ରୋହନ ନାୟକ (୭), ମୋନାଲିସା ପରିଛା (୧୬), ଲିଲି ବର (୧୩), ସାଇନା ଲିମା (୦୪), ମଧୁସ୍ମତା ନାୟକ ଓ ସହିଲ ଛିଂଚାଣି (୧୪) ସମସ୍ତଙ୍କୁ ପ୍ରଥମେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିିକିତ୍ସା ପାଇଁ ଭର୍ତି କରାଯାଇଥିବା ବେଳେ ଅଲିଫଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡ଼ିକାଲକୁ ନିଆଯାଇଛି ।
ସୂଚନା ଯୋଗ୍ୟ ଯେ ସବୁ ଦିନ ପରି ସେହିଦିନ ଶିଙ୍କୁଳିପଦର ଗ୍ରାମରୁ ୧୨ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଅଟୋ (ଓଡ଼ି୦୭ ୱାଇ-୪୮୦୫) ଚ ନ୍ଦ୍ରଗିରି ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ତେବେ ଡ୍ରାଇଭର ମୋବାଇଲରେ କଥା ହୋଇ ଗାଡ଼ି ଚଳାଉଥିବା ଯୋଗୁଁ ଜାଲିବାଡ଼ଇ ଗ୍ରାମ ବୁଲାଣି ରାସ୍ତାରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଖବର ପାଇ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଂଚି ଆହତ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି କାର୍ ଓ ଅଟୋ ସାହାଯ୍ୟରେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । ଖବର ପାଇ ଚନ୍ଦ୍ରଗିରି ମେଡ଼ିକାଲରେ ମୋହନା ଥାନା ପୁଲିସ ଏସଆଇ ଆଲୋକ ରଞ୍ଜନ ଗଜଦଳା ଓ ତାଙ୍କ ଟିମ୍ ପହଂଚି ଆହତମାନଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଛନ୍ତି । ଏଥି ସହ ଦୁର୍ଘଟଣା ଘଟାଇଥିବା ଅଟୋକୁ ଜବତ କରି ଚନ୍ଦ୍ରଗିରି ପୁଲିସ ଫାଣ୍ଡିକୁ ଆଣି ତଦନ୍ତ ଚଳାଇଛନ୍ତି । କିନ୍ତୁ ଦୁର୍ଘଟଣା ଘଟାଇଥିବା ଡ଼୍ରାଇଭର ଫେରାର ଅଛି ।

LEAVE A REPLY

Please enter your comment!
Please enter your name here