ନୂତନ ଅଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ

0
100

ବେଲଗୁଣ୍ଠା(ଓବି ନ୍ୟୁଜ)(ସନ୍ତୋଷ କୁମାର ବିଷୋୟୀ): ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷତ୍ରୀୟବରପୁର ଆଂଚଳିକ ବିଜ୍ଞାନ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ବରିଷ୍ଠ ପ୍ରାଧ୍ୟାପକ ସୂର୍ଯ୍ୟକାନ୍ତି ମହାନ୍ତି ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ମହାବିଦ୍ୟାଳୟ ଆରମ୍ଭରୁ ଅଧ୍ୟକ୍ଷ ଭାବେ ବିଶିଷ୍ଟ ଶିକ୍ଷାବିତ ସ୍ୱର୍ଗତ ଅମୂଲ୍ୟ ଦାସ ଦାୟିତ୍ୱ ତୁଲାଇ ଆସୁଥିଲେ । କିନ୍ତୁ କଲେଜର ସ୍ୱନକ୍ଷତ୍ର ଦିନ ତାଙ୍କର ଅକାଳ ବିୟୋଗ ହୋଇଥିଲା । ତେଣୁ କଲେଜ ପରିଚାଳନା କମିଟିର ଅଧ୍ୟକ୍ଷ ତଥା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ଅନୁମୋଦନ କ୍ରମେ ବରିଷ୍ଠତା ଦୃଷ୍ଟିରୁ ଶ୍ରୀ ମହାନ୍ତିଙ୍କୁ ଅଧ୍ୟକ୍ଷ ଦାୟିତ୍ୱ ଅର୍ପଣ କରାଯାଇଛି । ନୂତନ ଅଧ୍ୟକ୍ଷ ସମସ୍ତଙ୍କୁ ନେଇ ସ୍ୱର୍ଗତ ଦାସଙ୍କ ଅଧୁରା କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ମତବ୍ୟକ୍ତ କରିଥିଲେ । ମହାବିଦ୍ୟାଳୟର ଅଧ୍ୟାପକ, ପ୍ରାଧ୍ୟାପକ,କର୍ମଚାରୀଙ୍କ ତରଫରୁ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା । ଏଥିରେ ପ୍ରାଧ୍ୟାପକ ପ୍ରଦୀପ ତ୍ରିପାଠୀ, ପ୍ରକାଶ ଆଲତିଆ, ବିଷ୍ଣୁ ପ୍ରସାଦ ପଟ୍ଟନାୟକ, ରୁନିବାଳା ତ୍ରିପାଠୀ, ଡ.ରାମପ୍ରସାଦ ପଣ୍ଡା, ଡ.ରାଜେନ୍ଦ୍ର ଡାକୁଆ, ଦେବେଶ ଚନ୍ଦ୍ର ମହାପାତ୍ର, କପିଳ ସାହୁ, ସୁବାସ ଚନ୍ଦ୍ର ଲେଙ୍କା, ରମେଶ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । କଲେଜ ଯୁବ ରେଡ଼କ୍ରସ ତରଫରୁ ହୋଇଥିବା ପିଲାଟିଏ ଗଛଟିଏ କାର୍ଯ୍ୟକ୍ରମରେ ନୂତନ ଅଧ୍ୟକ୍ଷଙ୍କ ଦ୍ୱାରା ପ୍ରଥମ ବର୍ଷ ଛାତ୍ରଛାତ୍ରୀ ମାନଙ୍କୁ ନୂତନ ଚାରା ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବି.ଗୋବିନ୍ଦ ରାଓ, ସ୍ୱରୁପାରାଣୀ ବିଶ୍ୱାଳସଂଯୋଜନା କରିଥିଲେ ।

LEAVE A REPLY

Please enter your comment!
Please enter your name here