ଦିଗପହଣ୍ଡି(ଓବି ନ୍ୟୁଜ)ରିପୋର୍ଟ-ଶିବ ପ୍ରସାଦ ରଥ)
ଦିଗପହଣ୍ଡି ଥାନା କାଇଠଖଣ୍ଡି ପଞ୍ଚାୟତ ବୋରିପଦର ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୃଘଟଣା।ହିରୋ ଡିଲକ୍ସ ନଂ(ଓଡ଼ି07ଡ଼ି6533)ବାଇକରେ କୌଣସି କାର୍ଯ୍ୟରେ କଲରାପଦର ଠାରୁ ଖମ୍ବାରିଗାଁ ଯାଉଥିଲେ କଙ୍କରଡ଼ା ଗ୍ରାମର ନରସିଂହ ମହାରଣା(୫୦)ଓ ବାୟା ଦାସ(୬୦) ।ଯିବା ସମୟରେ ବାଇକ ଚାଳକ ନିଜ ଭାରସାମ୍ୟ ହରାଇ ଏକ ଗଛକୁ ପିଟି ହୋଇ ନାଳ ଭିତରେ ପଡ଼ିଥିଲେ ଘଟଣା ସ୍ଥଳରେ ବାଇକ ଚାଳକ ନରସିଂହଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିବା ବେଳେ ଅନ୍ୟ ଜଣେ ବାୟାଙ୍କ ମୁଣ୍ଡରେ ଆଘାତ ଲାଗିଛି ଓ ଗୁରୁତର ଅଛନ୍ତି।ତାଙ୍କୁ ସ୍ଥାନୀୟ ସମାଜ ସେବୀ ପିଣ୍ଟୁ ପଣ୍ଡାଙ୍କ ସହଯୋଗରେ108 ଆମ୍ବୁଲାନ୍ସ ରେ ଦିଗପହଣ୍ଡି ମେଡିକାଲକୁ ନିଆଗଲା ଓ ଦିଗପହଣ୍ଡି ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦାରଖ କରୁଛନ୍ତି।