ବନ୍ୟା ଅଂଚଳ ବୁଲି ଦେଖିଲେ ତିରୁପତି

0
96

ପାରଳାଖେମୁଣ୍ଡି(ଓବି ନ୍ୟୁଜ) (ଗଣେଶ ରାଜୁ): ପାରଳା ସ୍ବାଭିମାନ ମଞ୍ଚ ପକ୍ଷରୁ , ଗତ ଲଗାଣ ବର୍ଷାରେ ସର୍ବାଧିକ ପ୍ରଭାବିତ ହୋଇଥିବା କାଶୀନଗର ବ୍ଲକର କ୍ଷତିଗ୍ରସ୍ତ ଅଂଚଳ ସବୁ ବୁଲି ଦେଖିଥିଲେ
ସ୍ବାଭିମାନ ମଞ୍ଚର ମୁଖ୍ୟ ତଥା ହାଇ-ଟେକ୍ ମେଡ଼ିକାଲ କଲେଜର (ଗ୍ରୁପ)ଅଧ୍ୟକ୍ଷ ଡ଼ଃ ତିରୁପତି ପାଣିଗ୍ରାହି , ପ୍ରଭାବିତ ଅଂଚଳ ପରିଦର୍ଶନ କରି ଏବଂ ଅଞ୍ଚଳବାସୀଙ୍କ ସହ ଆଲୋଚନା କରି ପ୍ରଭୁତ କ୍ଷୟକ୍ଷତି ହୋଇଥିବା ଜାଣି ପାରିଥିଲେ ।
ଏ ସମ୍ପର୍କରେ ଅଧ୍ୟକ୍ଷ ଡ଼ଃ ପାଣିଗ୍ରାହୀ , କେତେକ ସାମ୍ବାଦିକ ଙ୍କୁ ସୁଚନା ଦେଇ କହିଥିଲେ। ଯେ , ବଂଶଧାରା ନଦୀ ଅପର ପାର୍ଶ୍ୱରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ନେରେଡି ବ୍ୟାରେଜ୍ ନିର୍ମାଣ ନେଇ ବିବାଦୀୟ ସ୍ଥିତି ରହିଥିଲେ ମଧ୍ୟ ଆନ୍ଧ୍ର , ଏଥିପ୍ରତି କୋଣସି ଭ୍ରକ୍ଷେପ୍ ନ କରି ଆନ୍ଧ୍ର ବଂଶଧାରା ନଦୀ ପାର୍ଶ୍ୱରେ ଲେଫ୍ଟ ଓ ରାଇଟ କେନାଲ ନିର୍ମାଣ କରି ଦେଇ ପାଣି ନେବା ଜାରୀ ରଖିଛି ଏଭଳି କେନାଲ ନିର୍ମାଣ କରିବା ଦ୍ୱାରା ନଦୀରେ ବିଭିନ୍ନ ସମୟରେ ଜୋରରେ ଆସୁଥିବା ପାଣିକୁ ନଦୀ ପାର୍ଶ୍ଵକୂ ଲାଗି କମ୍ ଉଚରେ ନିର୍ମାଣ କରିଥିବା କେନାଲ ଦେଇ ୯ ଟିଏମସି ପାଣି ସେମାନେ ନେଇ ଯାଉଛନ୍ତି । ଯାହାକି , ଏହି କେନାଲ ଦେଇ ସେମାନେ ୬୨ ହଜାର ହେକ୍ଟର ଚାଷଜମିକୁ ଜଳସେଚିତ କରିବା ଲକ୍ଷ୍ୟଧାର‌୍ୟ୍ୟ ରଖିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଆନ୍ଧ୍ର ୪୭ ହଜାର ହେକ୍ଟର ଜମିରେ ଚାଷ ପାଈଁ ଆବଶ୍ୟକ ପଡୁଥିବା ପାଣି ନେଇସାରିଲେଣି । ଯାହାକି , ଆନ୍ଧ୍ର ଅଞ୍ଚଳର ଚାଷୀ ଏହି ପାଣିରେ ସେମାନେ ବର୍ଷରେ ୩ ଟା ଫସଲ କରିପାରିବେ । ଆମକୁ ଏବେ ଯେଉଁ ନଦୀରେ ପାଣି , ପଥର ଓ ବନ୍ୟାଜଳ ଦେଖାଯାଉଛି , ଏହା ମେବ୍ଳ ଆମକୁ ଖରା ଦିନରେ ମରୁଡି ଏବଂ ବର୍ଷା ଦିନରେ ବନ୍ୟାର ସମ୍ମୁଖିନ ହେବାକୁ ପଡ଼ୁଛି ।
ଶତାଧିକ ଚାଷ ଜମିରେ ବାଳିଚର ମାଡ଼ିଯାଇ ଫସଲ ନଷ୍ଟ ହୋଇଯାଇଛି । ଏତେ ସବୁ କ୍ଷୟ କ୍ଷତି ହେଉଥିଲେ ମଧ୍ୟ ଏହାର ବିକଳ୍ପ ସମାଧାନ ତଥା ସ୍ଥାୟୀ ପ୍ରତିକାର ପାଈଁ କୋଣସି ପ୍ରଶାସନିକ ବ୍ୟବସ୍ଥା କରାଯାଇ ପାରୁ ନ ଥିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ଅଭିଯୋଗରେ କହିଛନ୍ତି ।
ବଂଶଧାରା ନଦୀରେ ଯେତେବେଳେ ପାଣି ଆସୁଛି , ଆନ୍ଧ୍ର ସେହି ପାଣିକୁ ଉପର ମୁଣ୍ଡରୁ ହିଁ ନିର୍ମାଣ କରିଥିବା କେନାଲ ଦେଇ , ନେଇ ଯାଉଛି ଏମିତିକି , ମୋଟ ୬୨ ହଜାର ହେକ୍ଟର ଚାଷଜମିକୁ ଜଳସେଚିତ୍ କରିବା ଲକ୍ଷ ରଖି ବର୍ତ୍ତମାନ ସୁଦ୍ଧା ୪୭ ହଜାର ହେକ୍ଟର ଚାଷ ପାଈଁ ପାଣି ନେଇ ସାରିଥିଲେ ମଧ୍ୟ ଆମ ରାଜ୍ୟ ସରକାର ଏ ଦିଗରେ ଆମ ଚାଷୀଙ୍କ ପାଈଁ କୋଣସି ଜଳସେଚନର ବ୍ୟବସ୍ଥା କରି ପାରିନାହାନ୍ତି । ବଂଶଧାରା ନଦୀର, ଉପର ମୁଣ୍ଡରୁ ଆମର ପାଣି ଆସୁଛି , ତଳ ମୁଣ୍ଡରେ ଆମେ ରହିଥିଲେ ମଧ୍ୟ ଆନ୍ଧ୍ର ପାର୍ଶ୍ଵ କେନାଲ ନିର୍ମାଣ କରି ସେହି ପାଣିକୁ ନେଇଯାଉଥିବା ଯୋଗୁଁ ଆମେ ସେହି ପାଣିଦ୍ବାରା ଆମ ଜଳସେଚନ କ୍ଷେତ୍ରରେ ବିନିଯୋଗ କରିବାରୁ ସମ୍ପୂର୍ଣ ଭାବେ ବଞ୍ଚିତ ହେଉଛୁ ।
ଆନ୍ଧ୍ରର ଏହିଭଳି ବେଆଇନ ଓ ଅଞ୍ଚଳବାସୀଙ୍କ ପ୍ରତି ହେଉଥିବା ଘୋର ଅନ୍ୟାୟ ଦିଗରେ ଦୃଷ୍ଟି ଦେଇ ରାଜ୍ୟ ସରକାର , ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଉଚ କର୍ତ୍ତୃପକ୍ଷ ସାହାଯ୍ୟ-ସହଯୋଗର ହାତ ବଢ଼ାଇବାକୁ ନିବେଦନ କରିଛନ୍ତି।
ଅଞ୍ଚଳବାସି ଓ ଚାଷୀଙ୍କ ଜଳସେଚନ ଓ ପାନୀୟ ଜଳର ସ୍ୱାର୍ଥ ପ୍ରତି ବିଶେଷ ଦୃଷ୍ଟି ଦେଇ ଏହାର ବିକଳ୍ପ ବ୍ୟବସ୍ଥା ପାଈଁ ରାଜ୍ୟ ସରକାର ବଂଶଧାରା ନଦୀର ଉପର ମୁଣ୍ଡରେ ନିଶ୍ଚିତ ଭାବେ ଏହିଭଳି ଜରୁରୀକାଳୀନ ସ୍ଥିତିରେ ଏକ ମେଗା-ଜଳସେଚନ ପ୍ରକଳ୍ପ ନିର୍ମାଣ କରିବାକୁ ଦାବି କରା ଯାଇଛି । ଏହା ନିର୍ମାଣ କରା ନ ଗଲେ ଅଞ୍ଚଳବାସି ପ୍ରତିବର୍ଷ ବିଭିନ୍ନ ସମୟରେ ମରୁଡି ଓ ବନ୍ୟାର ସମ୍ମୁଖିନ ହେଉଥିବେ ।
ଅନ୍ୟପକ୍ଷରେ , ଏହି ବଂଶଧାରା ନଦୀ ଜଳ ଦ୍ବାରା କାଶୀନଗର ବ୍ଲକ ଅଞ୍ଚଳର ହଜାର ହଜାର ହେକ୍ଟର ଚାଷ ଜମିକୁ ଜଳସେଚିତ କରାଇବାର ବହୁ କ୍ଷମତା ଥିଲେ ମଧ୍ୟ ଆମେ କିଛି କରିପାରୁନୁ । ଏହି ଲଗାଣ ବର୍ଷା ପୁର୍ବରୁ ଜଳସେଚନ ଓ ବର୍ଷା ଅଭାବରୁ ଶତାଧିକ ଚାଷୀକୁଳ ମରୁଡି ର ଶିକାର ହୋଇଥିଲେ । ସେମାନଙ୍କ ଚାଷ ଜମିର ମାଟି ଫାଟି ତଳି ପ୍ରାୟତଃ ପୋଡି ଯାଇଥିଲା । ହେଲେ ବର୍ତ୍ତମାନ ଯେଉଁ ଲଗାଣ ବର୍ଷା ହେଲା , ସେଥିରେ ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇ ବାଳିଚର ମାଡ଼ି ଯାଇଛି ।
ଚାଷୀଙ୍କ ପ୍ରତି ଏଇ ଯେଉଁ ଦୁଇଟି କ୍ଷେତ୍ରରେ ଘୋର ଅନ୍ୟାୟ ହୋଇଛି , ସେଥିପ୍ରତି ରାଜ୍ୟ ଓ ଜିଲ୍ଲା ପ୍ରଶାସନ ତୁରନ୍ତ କ୍ଷତିଗ୍ରସ୍ତ ଚାଷୀମାନଙ୍କ ପ୍ରତି ସାହାଯ୍ୟ ଓ ସହଯୋଗର ହାତ ବଢ଼ାଇବାକୁ ସ୍ବାଭିମାନ ମଞ୍ଚର ମୁଖ୍ୟ ଡ଼ଃ ତିରୁପତି ପାଣିଗ୍ରାହୀ ଦାବି ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here