ଆବୁଧାବିରୁ ଆସିଲା ବସନ୍ତଙ୍କ ମୃତ ଦେହ

0
208

ଛତ୍ରପୁର(ଓବି ନ୍ୟୁଜ) (ପ୍ରଶାନ୍ତ ମହାରଣା) : ଦୀର୍ଘ ୯ ଦିନ ପରେ ଆବୁଧାବି ରେ ମୃତ୍ୟୁ ବରଣ କରି ଥିବା ଖଲିକୋଟ ବ୍ଲକ ପଥରା ଗ୍ରାମ ର ବସନ୍ତ କୁମାର ସାଧବ ଙ୍କ ପର୍ଥବ ଶରୀର ନିଜ ଗ୍ରାମ କୁ ଆସିଲା । ସେ ୧୧ ମାସ ତଳେ କାମ କରିବା ପାଇଁ ଆବୁଧାବି ଯାଇଥିଲେ । ଗତ ୨ ତାରିଖ ରେ ତାଙ୍କଦେହ ହଠାତ ଖରାପ ହେବାରୁ ତାଙ୍କୁ ମେଡିକାଲ ନିଆ ଯାଇଥିଲା ସେଠାରେ ତାଙ୍କ ର ମୃତ୍ୟୁ ହୋଇଥିଲା । ଏନେଇ ପରିବାର ଲୋକ ଶବ କିପରି ଆସିବ ସେ ନେଇ ଗଞ୍ଜାମ ଜ଼ିଲ୍ଲାପ୍ରଶାସନ ନିକଟରେ ଗୁହାରି କରିଥିଲେ । ସେ ଜଣେ ନିର୍ମାଣ ଶ୍ରମିକ ହୋଇଥିବା ରୁ ତାଙ୍କୁ ସରକାରୀ ସହାୟତା ମିଳିବ ବୋଲି ଶ୍ରମ ଅଧିକାରୀ ଶିବ ନାରାୟଣ ସାହୁ କହିଛନ୍ତି । ତାଙ୍କ ମୃତ୍ୟୁ ଶରୀର ଦୁବାଇ ରୁ ଦିଲ୍ଲୀ ପରେ ଭୁବନେଶ୍ୱର ଏୟାରପୋର୍ଟ ରେ ପହଂଚି ଥିଲା । ସେଠାରୁଗଞ୍ଜାମ ଜ଼ିଲ୍ଲାପ୍ରଶାସନ ପକ୍ଷ ରୁ ଆମ୍ବୁଲାନ୍ସ ଯୋଗେ ନିଜ ଗ୍ରାମକୁ ଅଣାଯାଇଛି । ଘଟଣା ସ୍ଥଳରେ ଅତିରିକ୍ତ ଜ଼ିଲ୍ଲାପାଳ ଲଷ୍ମୀକାନ୍ତ ସେଠୀ, ଜ଼ିଲ୍ଲାପରିଷଦ ସୋନାମ ପଲେଇ, ଜିଲ୍ଲା ଶ୍ରମ ଅଧିକାରି ସିଵାନରାୟଣ ସାହୁ ପରିବାର ଙ୍କୁ ୨ ଲକ୍ଷ ୫ ହଜାର ଟଙ୍କା ପ୍ରଦାନ କରାଯାଇଛି । ଗ୍ରାମରେ ଏକ ରକମ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here