ମାଲେସିଆ ଜାହାଜ ଫସିଗଲା ଚିଲିକାରେ

0
210

ବ୍ରହ୍ମପୁର (ଓବି ନ୍ୟୁଜ): ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଚିଲିକା ରାଜହଂସ ନିକଟରେ ମାଲେସିଆର ଏକ ପଣ୍ୟବାହୀ ଜାହାଜ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଦୁଇ ଦିନ ହେଲା ସମୁଦ୍ରରେ ଫସି ରହିଛି । ଜାହାଜରେ ନାବିକଙ୍କ ସମେତ ୮ଜଣ ଥିବା ବେଳେ ସେମାନଙ୍କ ମଧ୍ୟରୁ ୭ଜଣ ମାଲେସିଆର ଏବଂ ଜଣେ ଭାରତୀୟ କର୍ମଚାରୀ ରହିଛନ୍ତି ।
ମାଲେସିଆର ଏହି ପଣ୍ୟବାହୀ ଜାହାଜଟି ଲୁହାପଥର, ଓ ଖଣିଜ ଜିନିଷ ଆଣିବାକୁ ବାଂଲାଦେଶ ଯାଉଥିବା ବେଳେ ଗୋପାଳପୁର ନିକଟରେ ଯାନ୍ତ୍ରିକ ତ୍ରୁଟି ହୋଇଥିଲା । ଫଳରେ ଢେଉରେ ଜାହାଜ ଭାସି ଭାସି ରାଜହଂସଠାରେ ଲାଗିଛି । ଯେଉଁ ସ୍ଥାନରେ ବର୍ତ୍ତମାନ ଜାହାଜଟି ରହିଛି ତାହା ଅତ୍ୟନ୍ତ ଦୁର୍ଗମ । ସାତପଡ଼ାଠାରୁ ଦୁଇ ଘଣ୍ଟା ଡ଼ଙ୍ଗାରେ ଯିବା ପରେ ରାଜହଂସ ଠାରୁ ପୁଣି ଦୁଇ କିଲୋମିଟର ଚାଲି ଚାଲି ଗଲେ ଯାଇ ସମୁଦ୍ରକୁଳରେ ଏହି ଜାହାଜଟିକୁ ଦେଖିବାକୁ ମିଳିବ । ଏସଂର୍ପକରେ କୃଷ୍ଣପ୍ରସାଦ ଥାନା ଆଇଆଇସି ସୁଧୀର ରଞ୍ଜନ ସାହୁ କହିଛନ୍ତି ଯାନ୍ତ୍ରିକ ତୃଟି ଯୋଗୁଁ ଜାହାଜଟି ଦୁଇ ଦିନ ହେଲା ରାଜହଂସ ନିକଟ ସମୁଦ୍ରରେ ଅଟକି ରହିଛି । ଏଥିରେ ମୋଟ ୮ଜଣ ରହିଛନ୍ତି । ଇଞ୍ଜିନିୟର ଓ ମେକାନିକ୍ ଆସି ଜାହାଜର ମରାମତି କାମ କରୁଛନ୍ତି ଓ ପୁଲିସ ମଧ୍ୟ ମୁତୟନ କରାଯାଇଛି ।

LEAVE A REPLY

Please enter your comment!
Please enter your name here