ମାଟି ମଣିଷର ପରିଚୟ ଦେଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା

0
176

ଗଜପତି (ଓବି ନ୍ୟୁଜ୍)(ଗଣେଷ କୁମାର ରାଜୁ) ; ଯେ କୋଣସି କାର୍ଯ୍ୟ ପୁରଣ କରିବା ପାଈଁ ମନ ଭିତରେ ଆଶା ଓ ଆକାଂକ୍ଷା ଭରି ରହିଲେ , ତାହା କାର୍ଯ୍ୟରେ କରି ଦେଖାଇବା ପାଈଁ ମନ ଭିତରେ ନିଶ୍ଚିତ ଆଗ୍ରହ ସୃଷ୍ଟି କରିଥାଏ । ଏଥିପାଇଁ ସେତିକି ବେଳେ ନିଜର ବ୍ୟକ୍ତିତ୍ୱ କି ପଦପଦବୀରେ ଥିଲେ ମଧ୍ୟ ସମ୍ପୁର୍ଣ୍ଣ ଭାବେ ତାହା ଫିକା ପଡ଼ି ଯାଇଥାଏ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି , ଜିଲ୍ଲା ଭାଜପାର ବରିଷ୍ଠ ନେତ୍ରୀ ତଥା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅନିତା ରାଣୀ ବେହେରାଙ୍କ ଠାରେ । ଯାହାକି , ଏକ କାଦୁଅ ଭରା ଚାଷ ଜମିରେ ମହିଳା ଶ୍ରମିକ ମାନଙ୍କ ସହ ସାମିଲ ହୋଇ ଧାନତଳି ରୋଉ ଥିବା ଦେଖିବାକୁ ମିଳିଥିଲା । ଆଜି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବେହେରା କାଶୀନଗର କ୍ଷେତ୍ର ପରିଦର୍ଶନରେ ଯାଉଥିବା ବେଳେ , ରାସ୍ତା ପାର୍ଶ୍ଵ ଚାଷ ଜମିରେ ମହିଳା ଶ୍ରମିକ ମାନେ ଧାନତଳି ଧରି ରୁଆ କାର୍ଯ୍ୟ କରୁଥିବା ଦେଖିଥିଲେ । ଏହି ରୁଆ କାର୍ଯ୍ୟ ଦେଖି ,ତାଙ୍କ ମନରେ ମଧ୍ୟ ଆଶା ଓ ଆଗ୍ରହ ସୃଷ୍ଟି ହେଲା ଯେ , ସେ ମଧ୍ୟ ସେହି ଚାଷ ଜମିକୁ ଯାଇ ମହିଳା ମାନଙ୍କ ସହ ସାମିଲ ହୋଇ ଧାନ ତଳି ରୋଇବେ । ତତ୍କ୍ଷଣାତ୍ ସେ ରାସ୍ତା ପାର୍ଶ୍ୱରେ ଗାଡି ରଖି ଦେଇ , କାଦୁଅ ଭରା ଚାଷ ଜମିକୁ ଯାଇ ମେଞ୍ଚେ ଧାନ ତଳି ଧରି ଆରମ୍ଭ କରିଦେଇଥିଲେ ରୁଆ କାର୍ଯ୍ୟ । ପ୍ରାୟ ୧୫ ମିନିଟ ଧରି ଚାଷ ଜମିରେ ମହିଳା ମାନଙ୍କୁ ସହ ସୁଖଦୁଖ ହୋଇ ତଳି ଧରି ରୁଆ କାର୍ଯ୍ୟ କରିଥିଲେ । ଧାନତଳି ଧରି ଚାଷ ଜମିରେ ରୋଇବା ସମ୍ପର୍କରେ ଅଧ୍ୟକ୍ଷା ଶ୍ରୀମତୀ ବେହେରା କହିଥିଲେ ଯେ , ମୁଁ କାଶୀନଗର ଫିଲ୍ଡ ଭିଜିଟ ରେ ଯାଉଥିବା ବେଳେ ରାସ୍ତା ପାର୍ଶ୍ୱରେ ମହିଳାମାନେ ଚାଷ ଜମିରେ ଧାନତଳି ଧରି ରୁଆ କାର୍ଯ୍ୟ କରୁଥିବା ଦେଖି ମୋ ମନରେ ମଧ୍ୟ ତାହା କରିବା ପାଈଁ ଇଛା ଓ ଆଗ୍ରହ ସୃଷ୍ଟି କରିଥିଲା । ଚାଷୀମାନେ ଦେଶର ମେରୁଦଣ୍ଡ ସଦୃଶ । କେତେ କଷ୍ଟ ପଡ଼ି ସେମାନେ ଆମକୁ ଖାଦ୍ୟ ଯୋଗାଇଦେବା କ୍ଷେତ୍ରରେ ବହୁତ ଉପକାର କରୁଛନ୍ତି । ଅନ୍ୟପକ୍ଷରେ ମୁଁ କେବେ ହେଲେ ଏଭଳି ରୁଆ କାର୍ଯ୍ୟ କରିନଥିଲି । ହେଲେ ମହିଳା ମାନଙ୍କ ଧାନତଳି ରୁଆ କାର୍ଯ୍ୟ ଦେଖି ମୋତେ ମଧ୍ୟ ସେଇଭଳି କରିବାକୁ ଇଛା ଓ ଆଗ୍ରହ ହେବାରୁ ମୁଁ ସେମାନଙ୍କ , ସାମିଲ ହୋଇ ରୁଆ କାର୍ଯ୍ୟ କରିଲି । ଏହା ମୋତେ ବହୁତ ଭଲ ଲାଗିଲା , ଯାହାହେଉ ,ବିଳମ୍ବରେ ବର୍ଷା ଆସିଥିଲେ ମଧ୍ୟ ଚାଷ କାର୍ଯ୍ୟକୁ ଆଗେଇ ନେବା ଉଦ୍ଦେଶ୍ୟରେ ଚାଷୀ ଓ କୃଷି ଶ୍ରମିକ ମାନଙ୍କୁ ଉତ୍ସାହିତ କରିବା ପାଈଁ ସେମାନଙ୍କ ସହ ରୁଆ କାର୍ଯ୍ୟ ରେ ସାମିଲ ହୋଇଥିବା ସେ କହିଥିଲେ ।

LEAVE A REPLY

Please enter your comment!
Please enter your name here