ଧର୍ମଗଡ (ଓବି ନ୍ୟୁଜ୍) :- କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଳକ ଅନ୍ତର୍ଗତ ମହିଚଲା ସରସ୍ବତୀ ଶିଶୁମନ୍ଦିର ଗୃହ ଶୁଭ ଉଦଘାଟନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜୁନାଗଡ ବିଧାୟକ ତଥା ଶିଳ୍ପ ଓ ଶକ୍ତି ବିଭାଗ ରାଷ୍ଟ୍ରୀୟ ମନ୍ତ୍ରୀ ଓଡିଶା ସରକାର ମାନ୍ୟବର ଶ୍ରୀଯୁକ୍ତ ଦିବ୍ୟଶଙ୍କର ମିଶ୍ରଙ୍କ ହସ୍ତରେ ଶୁଭ ଉଦଘାଟନ କରାଯାଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ରାଜ୍ୟ ସଦସ୍ୟ ଶ୍ରୀଯୁକ୍ତ ରାଧେଶ୍ୟାମ ପଣ୍ଡା,ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ଗୋବର୍ଦ୍ଧନ ଦାସ ପୂର୍ବତନ ବିଧାୟକ ଜୁନାଗଡ, ଭୃଙ୍ଗରାଜ ବେହେରା ନିର୍ଦ୍ଦେଶକ ଏସି ପି ଆମେରିକା, ଅଜୟ କୁମାର ବେହେରା ସରପଞ୍ଚ ମହିଚଲା, ହର୍ଷବର୍ଧନ ବେହେରା ସମାଜ ସେବୀ,ଯୋଗଦାନ ଦେଇ ନିଜ ମତ ଦେଇଥିଲେ । ମଞ୍ଚ ପରିଚାଳନା ପ୍ରଧାନ ଆଚାର୍ଯ୍ୟ ଗୋପାଳ ବେମାଲ କରିଥିବା ବେଳେ ବାର୍ଷିକ ବିବରଣୀ ପଠନ ପରିଚାଳନା ସଂପାଦକ ଶ୍ରୀଯୁକ୍ତ ଅଲେଖ ନିରଞ୍ଜନ ବେହେରା କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଶିଶୁ ମନ୍ଦିର ଗୁରୁଜୀ ଗୁରୁମା ଅଚ୍ୟୁତାନନ୍ଦ ବଣିଆ, ସଞ୍ଚୟ ମାଝୀ,ବବୃ ବାହାନ କାଣ୍ଡ, ଈଶ୍ବର କାଣ୍ଡ, ଆନନ୍ଦ ବଣିଆ, ରୁପେଶ ବେହେରା,, ଜୟନ୍ତୀ ସାହୁ, ନମିତା ସିଙ୍ଗ, କୈକେୟୀ ନାଏକ ସହଯୋଗ କରିଥିଲେ ।
