ସ୍କୁଲରେ ପୋଷ।କ ବଣ୍ଟନ ଉତ୍ସବ

0
90

ଗଜପତି (ଓବି ନ୍ୟୁଜ୍)(ଗଣେଷ କୁମାର ରାଜୁ) ; ପାରଳାଖେମୁଣ୍ଡି-୩ ନ; ୱାର୍ଡ ସାମୁନ୍ତିଆ ସାହି ନିକଟସ୍ଥରେ ଥିବା ଡ଼ଃ ସତ୍ୟ ନାରାୟଣ ରାଜଗୁରୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ , ବିଦ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ପୋଷାକ ବଣ୍ଟନ ଉତ୍ସଵ ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନବ କୁମାର ପଟନାୟକ ଙ୍କ ସଭାପତିତ୍ୱରେ ପାରଳାଖେମୁଣ୍ଡି ବିଧାୟକ କେ:ନାରାୟଣ ରାଓ , ମୁଖ୍ୟଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର ୨୦୧୯-୨୦ ଶିକ୍ଷା ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ କରିଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ରାଓ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ , ଡ଼ଃ ସତ୍ୟ ନାରାୟଣ ରାଜଗୁରୁ ଜଣେ ଯୁଗପୁରୁଷ ଓ ଐତିହାସିକ ସମ୍ପନ୍ନ ତଥା ଏକାଧାରରେ ସେ ବିଭିନ୍ନ ପ୍ରତିଭାର ବ୍ୟକ୍ତିତ୍ୱ ଥିଲେ । ତେଣୁ , ଭବିଷ୍ୟତରେ ତାଙ୍କ ଭଳି ହେବାପାଇଁ ଏବଂ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଶୃଙ୍ଖଳିତ ଭାବେ ନିଷ୍ଠାର ସହ ପାଠ ପଢ଼ି ଭଲ ମଣିଷ ହେବାପାଇଁ ଆହ୍ବାନ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ପ୍ରଧାନଶିକ୍ଷକ ନବ କୁମାର ପଟନାୟକ ,ବିଧାୟକ ଶ୍ରୀ ରାଓଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ଉତ୍ସଵ କାର୍ଯ୍ୟକ୍ରମରେ ପୌର ପରିଷଦର ପୂର୍ବତନ ଚେୟାରମେନ ବାବୁଲା ପଟନାୟକ ଏବଂ ପିନିଣ୍ଟି କ୍ରିଷ୍ଣା ଙ୍କ ସମେତ ସିଆରସିସି ଟି.କ୍ରିଷ୍ଣା , ବାବୁନାଁ ବେହେରା , ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଗଣପତି ବେହେରା ,ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ରାଧା ଗୋବିନ୍ଦ ପଣ୍ଡା ଏବଂ ବହୁ ସଂଖ୍ୟାରେ ଅଭିଭାଵକ ମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here