ବ୍ରହ୍ମପୁର (ଓବି ନ୍ୟୁଜ୍) (ଅମର ପ୍ରସାଦ ଦାସ) ; ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ରୂପେ ନିଯୁକ୍ତି ପାଇଥିବା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ବ୍ରହ୍ମପୁର ଠାରେ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସର୍କିଟ୍ ହାଉସ୍ ଠାରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା,ପୂର୍ବତନ ବିଧାୟକ ଡଃ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ,ଛତ୍ରପୁର ବିଧାୟକ ସୁବାଷ ବେହେରା,ଜିଲ୍ଲା ଯୁବ ବିଜେଡି ସଭାପତି ଏନ୍ ଧନଞ୍ଜୟ,ବିଜେଡି ଜିଲ୍ଲା ମହିଳା ସଭାନେତ୍ରୀ ସଂଘମିତ୍ରା ଦଳାଇ ଙ୍କ ସମେତ ବିଜେଡିର ବହୁ ଯୁବନେତା ଓ କର୍ମୀ ଉପସ୍ଥିତ ରହି ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଏହି ଅବସରରେ ଶ୍ରୀକାନ୍ତ ସାହୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ଜିଲ୍ଲାର ବିକାଶ ଦିଗରେ ଯତ୍ନବାନ ହେବେ ବୋଲି କହିଥିଲେ ।