ଗଂଜାମ(ଓବି ନ୍ୟୁଜ)(ଉମାକାନ୍ତ ବେହେରା): ମନ୍ଦିର ମାଳିନୀ ଗଂଜାମ ସହରାଞ୍ଚଳ ରେ ରହିଥିବା ବିଭିନ୍ନ ମଠ ଓ ମନ୍ଦିର ମାନଙ୍କରେ ଝୁଲଣ ମହୋତ୍ସବର ଶନିବାର ଶୁଭାରମ୍ଭ ହୋଇଯାଇଛି। ସହରର ମଧ୍ୟଭାଗରେ ରହିଥିବା ଶ୍ରୀ ଚୈତନ୍ୟ ମଠରେ ମଠର ମହନ୍ତ ଶ୍ରୀ ରାଧାବିନୋଦ ଦାଶ ଗୋସ୍ୱାମୀ ଙ୍କ ତତ୍ୱାବଧାନରେ ଶ୍ରୀରାଧା କୃଷ୍ଣ ଙ୍କୁ ସୁସଜ୍ଜିତ ଦୋଳି ରେ ଉପବେଶନ କରାଯାଇ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ସହ ଝୁଲା ଯାଇଥିଲା। ଏହି ଅବସରରେ ମହିଳା ଓ ପୁରୁଷ ଶ୍ରଦ୍ଧାଳୁମାନେ ଯୋଗଦେଇ ଭଜନ କୀର୍ତ୍ତନ ପରି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସମିଲ ହୋଇଥିଲେ। ସେହିପରି ସହରେ ରେ ରହିଥିବା ବଡ଼ ମଠ ଓ ପ୍ରତ୍ୟକ ସାହିରେ ରହିଥିବା ଶ୍ରୀ ରାଧାକୃଷ୍ଣ ମଂଦିର ମାନଙ୍କରେ ମଧ୍ୟ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜିତ ହୋଉଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ପ୍ରତ୍ୟେକ ଶ୍ରୀରଧା କୃଷ୍ଣ ମନ୍ଦିର ପରିସର ଉତ୍ସବ ମୁଖରିତ ହୋଇଉଠିଥିବା ଦେଖୀବାକୁ ମିଳିଛି।