ୟୁଡିଏସପୁର ସରପଞ୍ଚଙ୍କୁ ଆକ୍ରମଣ ଉଦ୍ୟମ

0
466

ଗଂଜାମ(ଓବି ନ୍ୟୁଜ)(ଉମାକାନ୍ତ ବେହେରା): ଗଞ୍ଜାମ ଥାନା ଅନ୍ତର୍ଗତ ଗଞ୍ଜାମ ବ୍ଲକ ଅଧିନସ୍ତ ଉମ୍ବୁରୀ ଧର୍ମ ସରଣ ପୁର ପଂଚାୟତ ସରପଞ୍ଚ ସଦାଶିବ ଦାଶ ଙ୍କୁ ଆକ୍ରମଣ ଉଦ୍ୟମ ହୋଇଥିବା ଗଞ୍ଜାମ ଥାନାରେ ଅଭିଯୋଗ ହୋଇଥିବା ଅଭିଯୋଗ ହୋଇଛି। ଉକ୍ତ ଗ୍ରାମର ଜଣେ ଅସାମାଜିକ ବ୍ୟକ୍ତି ରାମକୃଷ୍ଣ ତ୍ରପାଠୀ ତାଙ୍କୁ ଖଣ୍ଡା ଧରି ଆକ୍ରମଣ ଉଦ୍ୟମ କରିଥିବା ନେଇ ସେ ଲିଖିତ ଅଭିଯୋଗ କରିଥିଲେ। ଯାହାକୁ ନେଇ ତାଙ୍କ ଜୀବନ ପ୍ରତି ବିପଦ ରହିଥିବା ସେ ଅଭିଯୋଗ କରିଥିବା ସେ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି।
ଅଭିଯୋଗ ପତ୍ର ଏହା ବି ଉଲ୍ଲେଖ ରହିଛିଯେ ଅଭିଯୁକ୍ତ ଜଣଙ୍କ ଦୀର୍ଘ ଦିନ ହେଲା ଅସାମାଜିକ କାର୍ଯ୍ୟରେ ଲିପ୍ତ ରହି ଗ୍ରାମରେ ଅରାଜକତା ସୃଷ୍ଟି କରୁଥିବା ବେଳେ ୧୦ ଦିନ ତଳେ ଗ୍ରାମର ମାଗୁଣି ତ୍ରିପାଠୀଙ୍କ ଘରେ ପଶି ତାଙ୍କ ପୁଅ ବାଳକୃଷ୍ଣ ଙ୍କୁ ମାଡ଼ ମାରି ଜେଲ ଯାଇଥିଲେ ଜେଲରୁ ଜାମିନ ରେ ଫେରିବା ପରେ ତାଙ୍କୁ ହତ୍ୟା କରିବି କହି ତାଙ୍କ ଘର ସମୁଖ ରେ ଅପେକ୍ଷା କରି ରହିବାରୁ ସେମାନଙ୍କ ପରିବାର ଘରୁ ବାହାରି ପାରୁ ନଥିଲେ।ପଞ୍ଚାୟତ ବାସୀ ଏ ବିଷୟକୁ ମୋ ଦୃଷ୍ଟି କୁ ଆଣିବା ପରେ ଅଭିଜୁକ୍ତ ଗ୍ରାମରେ ଏପରି ଅରାଜକତା ସୃଷ୍ଟି କରିବାକୁ ବାରଣ କରୁଥିଲି।ଏହା ପରେ ସେ ମୋତେ ଗାଳି ଗୁଲଜ କରିବା ସହ ଆକ୍ରମଣ ଉଦ୍ୟମ କରିଥିଲା।
ଅଭିଯୋଗକୁ ଭିତି କରି ୭୧/୧୯ ପ୍ରକାରେ ୨୯୪,୫୦୬ ଦଫାରେ କେଶ ରୁଜୁ କରି ଫେରାର ଅଭିଯୁକ୍ତକୁ ଖୋଜୁ ଥିବା ଗଞ୍ଜାମ ପୋଲିସଠାରୁ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here