ଜୁନାଗଡ଼(ଓବି ନ୍ୟୁଜ)(ବିମଳ ଚନ୍ଦ୍ର ଶତପଥି): ମହିଚଲାଠାରେ ଶିଶୁ ମନ୍ଦିର ଓ ରାଜସ୍ୱ ବିଭାଗ ଅଫିସ କୋଠା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଦ୍ୱାରା ଉଦ୍ଘାଟନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜୁନାଗଡ଼ ତହସିଲଦାର ଉପେନ୍ଦ୍ର ଲୁହା, ଅତିରିକ୍ତ ତହସିଲଦାର ସୁଦୀପ୍ତ କୁମାର ନାଏକ, ମହିଚଲା ସରପଂଚ ଅଜୟ କୁମାର ବେହେରା, ପୂର୍ବତନ ଜୁନାଗଡ଼ ନଗରପାଳ ମହେଶ୍ୱର ସାହୁ, ପୂର୍ବତନ ଜୁନାଗଡ଼ ବିଧାୟକ ଗୋବର୍ଦ୍ଧନ ଦାସ, ଜିଲ୍ଲା ସଭାନେତ୍ରୀ କଲ୍ୟାଣୀ ନାଏକ, ବ୍ଲକ ସଭାପତି ମନିଷା ସାହୁ ଯୋଗଦାନ କରିଥିଲେ ।