” ପିଲା ଟିଏ–ଗଛ ଟିଏ “

0
162

ପାରଳାଖେମୁଣ୍ଡି(ଓବି ନ୍ୟୁଜ) (ଗଣେଶ ରାଜୁ) : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ପଦ୍ମପୁର ଗ୍ରାମ ସ୍ଥିତ ବିନୋଦିନୀ ବିଜ୍ଞାନ ମହାବିଦ୍ୟାଳୟ (ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ) ପକ୍ଷରୁ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା , ସମ୍ବାଦ- ସାହିତ୍ୟ ଘର, ଏବଂ ନେହେରୁ ଯୁବା କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ବୃକ୍ଷ ରୋପଣ କାର‌୍ୟ୍ୟକ୍ରମ “ପିଲାଟିଏ-ଗଛଟିଏ” କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।
ଏହି ଅବସରରେ ଆୟୋଜିତ ସଚେତନତା ସଭା କାର‌୍ୟ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ମନୋଜ କୁମାର ପଟନାୟକ ସଭାପତିତ୍ବ କରି କାର‌୍ୟ୍ୟକ୍ରମର ଆଭିମୁଖ୍ୟ ଉପରେ କହିଥିଲେ । ଅନ୍ୟପକ୍ଷରେ ଏହି ବୃକ୍ଷ ରୋପଣ କାର‌୍ୟ୍ୟକ୍ରମ ମହାବିଦ୍ୟାଳୟ ପରିସର ସମେତ ପଦ୍ମପୁର , କେକେ ସିଂ ଓ ଚାରି ମାଇଲ ଛକ ଗ୍ରାମରେ ମଧ୍ୟ ଏହି ବୃକ୍ଷ ରୋପଣ କାର‌୍ୟ୍ୟକ୍ରମ ଚାଲୁ ରହିବ ବୋଲି ସୁଚନା ଦେଇ କହିଥିଲେ ।
କାର‌୍ୟ୍ୟକ୍ରମରେ ଜିଲ୍ଲା ବନ ବିଭାଗ ସହକାରୀ ବନ ସଂରକ୍ଷକ ଅଧିକାରୀ (ଏସିଏଫଓ) ପ୍ରଭାକର ନାୟକ , ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ରୋପଣ ଦ୍ବାରା ଜନଯିବ-ଜଗତକୁ ମିଳୁଥିବା ଉପକାର ର ବିଭିନ୍ନ ଦିଗ ଉପରେ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର‌୍ୟ୍ୟକ୍ରମରେ ସମ୍ବାଦ ସାହିତ୍ୟ ଘରର ସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ସମ୍ପାଦକ ବିଚିତ୍ରା ନନ୍ଦ ବେବର୍ତ୍ତା , ବିନୋଦ ଚନ୍ଦ୍ର ଜେନା , ଆଶାଲତା ପାଣିଗ୍ରାହୀ , ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ଡ଼ଃ କଲ୍ୟାଣୀ ମିଶ୍ର ,ଭକ୍ତି ସଂଗୀତ ସଂସଦର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ରଥ , ଅରକ୍ଷିତ ପାତ୍ର , ଶ୍ରୀକାନ୍ତ ମହାରଣା , ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ସଂଯୋଜକ ବିଜୟ ମହାପାତ୍ର ଏବଂ ମୋହିନୀ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ରୋପଣ କ୍ଷେତ୍ରରେ “ପିଲାଟିଏ–ଗଛଟିଏ” ଭାଵ-ଅର୍ଥର ବିଭିନ୍ନ ଦିଗ ଉପରେ ବୁଝାଇ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ବୃକ୍ଷ ରୋପଣ କରିବାକୂ ଉତ୍ସାହିତ କରିଥିଲେ ।
ଏହି ଅବସରରେ ମୁଖ୍ୟ ଅତିଥିଙ୍କ ସମେତ ସମସ୍ତ ମଞ୍ଚାସିନ ଅତିଥି ଓ ଛାତ୍ରଛାତ୍ରୀ ମାନେ ମହାବିଦ୍ୟାଳୟ ପରିସର ଏବଂ ଅନ୍ୟାନ୍ୟ ଠାରେ ବୃକ୍ଷ ରୋପଣ କରିଥିଲେ ।
ଏହି ସମସ୍ତ କାର‌୍ୟ୍ୟକ୍ରମକୂ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା’ର କାର‌୍ୟ୍ୟନିର୍ବାହୀ ଅଧିକାରୀ ଅଧ୍ୟାପକ ସୀତାରାମ ପ୍ରଧାନ ପରିଚାଳନା କରିଥିବା ବେଳେ ମହାବିଦ୍ୟାଳୟର କର୍ମଚାରୀ ମାନେ ସହଯୋଗ କରିଥିଲେ ଏବଂ ଅଧ୍ୟାପିକା ଡ଼ଃ ନଳିନୀ କୁମାରୀ ସାବତ , ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here