ତିନି ଶହ ଟଙ୍କାରେ ପୁରୁନି ବ୍ୟାଗ

0
102

ବ୍ର୍ରହ୍ମପୁର (ଓବି ନ୍ୟୁଜ) : ଅଧା ବ୍ୟାଗ ଧରି ଘରକୁ ଫେରୁଛନ୍ତି ଲୋକେ । ନିଜ ମନପସନ୍ଦର ପନିପରିବା କିଣିବା ପାଇଁ ବଜାରକୁ ଯାଉଛନ୍ତି ସତ । ହେଲେ ପନି ପରିବାର ଚଢା ଦର ନିରାଶ କରୁଛି ଖାଉଟିଙ୍କୁ । ଆକାଶ ଛୁଆଁ ଦର ହେଉଥିବାରୁ ଲୋକେ ନିଜ ମନପସନ୍ଦର ପରିବା ନେଇ ପାରୁନାହାନ୍ତି ଘରକୁ । କାଙ୍କଡ଼ କିଲୋ ୧୨୦, ବାଇଗଣ କିଲୋ ୬୦, ବିନ୍ସ କିଲୋ ୮୦, ଟମାଟ କିଲୋ ୪୦ ଏମିତି ଦରରେ ଏବେ ବିକ୍ରି ହେଉଛି ବିଭିନ୍ନ କିସମର ପରିବା । ଏଣୁ ଗରିବ ଓ ମଧ୍ୟବିତ ପରିବାରର ଲୋକ ମୁହଁ ଫେରାଇ ନେଉଛନ୍ତି ବଜାରରୁ । ଶ୍ରାବଣ ମାସ ଚାଲିଥିବାରୁ ଅନେକେ ଆମିଷ ପ୍ରତି ମନ ବଳାଇ ପାରୁନାହାନ୍ତି । ଏଣୁ ରାତି ପାହିଁଲେ ପରିବା ବଜାରରେ ଜମୁଛି ଭିଡ଼ । ଲଗାଣ ବର୍ଷାର ପ୍ରଭାବରେ ପ୍ରଭାବିତ ହୋଇପଡ଼ିଛି ପରିବା ବଜାର । ଅନେକ ସ୍ଥାନରେ ପରିବା ବାଡ଼ ପ୍ରଭାବିତ ହୋଇଥିବାରୁ ଆମଦାନୀ କମି ଯାଇଛି ଏଣୁ ପରିବା ଦର ବଢି ଯାଇଛି ବୋଲି କୁହନ୍ତି ବେପାରୀମାନେ । ଆଉ ସେପଟେ ପକେଟକୁ ଦେଖି ଖାଉଟିଟିଏ ପରିବା ସହ ବୁଝାମଣା କରି ଅଧା ବ୍ୟାଗ ଧରି ଫେରୁଛି ଘରକୁ ।

LEAVE A REPLY

Please enter your comment!
Please enter your name here