ଇଟାଲୀ ଯିବେନି ସୋନିଆ

1
323

ନୂଆଦିଲ୍ଲୀ (ଓବି ନ୍ୟୁଜ) :ପୁଣି ଥରେ ଗୁରୁ ଦାୟିତ୍ୱ ମୁଣ୍ଡାଇଲେ ସୋନିଆ ଗାନ୍ଧି । କଂଗ୍ରେସ କାର୍ଯ୍ୟକାରୀ କମିଟିର ନିଷ୍ପତି ପ୍ରକାରେ ଦଳର ମୁଖିଆ ହେଲେ ସୋନିଆ । ନିକଟରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ଅଖିଳ ଭାରତୀୟ କଂଗ୍ରେସ କମିଟିର ସଭାପତି ପଦରୁ ଇସ୍ତଫା ଦେଇଥିଲେ ରାହୁଲ ଗାନ୍ଧି । ଦଳର ବରିଷ୍ଠ ନେତାମାନେ ରାହୁଲଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ଜିଦ୍ ରେ ଅଟଳ ରହିଥିଲେ ରାହୁଲ । ଏପରିକି ରାଜନୀତିରେ ପାଦ ଥାପିଥିବା ପ୍ରିୟଙ୍କା ଗାନ୍ଧି ଭଦ୍ରା ଭାଇ ରାହୁଲଙ୍କ ନିଷ୍ପତିକୁ ମୌନ ସମ୍ମତି ଜଣାଇଥିଲେ । କିଏ ମୁଣ୍ଡାଇବ ଗୁରୁ ଦାୟିତ୍ୱ କିଏ ହେବ ଦଳର ମୁଖିଆ ତାକୁ ନେଇ ଦଳ ଭିତରେ ଚାଲିଲା ମାନସ ମନ୍ଥନ । ଚାହୁଁ ଚାହୁଁ ବିତିଗଲା ଅନେକ ଦିନ, ଦଳର ମଙ୍ଗ ଧରିବା ପାଇଁ କିଏ ବି ରାଜି ହେଲେ ନାହିଁ । ଏଣୁ ଖୋଜା ପଡ଼ିଲା କିଏ ହେବ ଦଳର ମୁଖିଆ । ଗାନ୍ଧି ପରିବାର ସପକ୍ଷରେ ବାହାରିଲା ଅନେକ ମତ । ଏଣୁ ଶେଷରେ ଦଳର କାର୍ଯ୍ୟକାରୀ ବୈଠକରେ ନିଷ୍ପତି ନିଆଗଲା ସୋନିଆ ଗାନ୍ଧିଙ୍କ ସପକ୍ଷରେ । ତେବେ ଅସ୍ଥାୟୀ ଭାବେ ଏହି ଦାୟିତ୍ୱ ତୁଲାଇବା ପାଇଁ ସେ ରାଜି ହେଲେ । ବିଧିବଦ୍ଧ ଭାବେ ସ୍ଥାୟୀ ସଭାପତିଙ୍କ ନାମ ଘୋଷଣା ହେବା ପର୍ଯ୍ୟନ୍ତ ସୋନିଆ ରହିବେ ଏଆଇସିସି ସଭାପତି ଦାୟିତ୍ୱରେ ।
ସୋନିଆ ପୂର୍ବରୁ ୧୯୯୮ରୁ ୨୦୧୭ ଯାଏଁ ଅଧ୍ୟକ୍ଷା ପଦବିରେ ଥିଲେ ଆଉ ସେତେବେଳେ କଂଗ୍ରେସ ଦଳ ଲଗାତର ଭାବେ ଦୁଇଥର କେନ୍ଦ୍ରରେ କ୍ଷମତାକୁ ଅସିଥିଲା । ହେଲେ ଏବେ ଆଗକୁ ପୁଣି ଥରେ ସ୍ଥାୟୀ ରୂପେ ସେ ଏହି ଦାୟିତ୍ୱରେ ରହିବେ ନା ଅନ୍ୟ କାହା ମୁଣ୍ଡରେ ଦଳ କଳସ ଢାଳିବ ତାକୁ ସମସ୍ତଙ୍କର ଅପେକ୍ଷା । ଅନ୍ୟ ପଟେ ଦଳର ଶୋଚନୀୟ ପରାଜୟ ପରେ ସୋନିଆଗାନ୍ଧି ଇଟାଲି ଯାଇ କିଛି ଦିନ ବିଶ୍ରାମ ନେବେ ବୋଲି ଏକ ବିଶ୍ୱସ୍ତ ସୂତ୍ରରୁ ଶୁଣିବାକୁ ମିଳିଥିଲା । ହେଲେ ମିଳିଥିବା ପଦବି ତାଙ୍କ ନିଷ୍ପତିକୁ ବଦଳାଇ ଦେଇଛି । ଆଉ ଏବେ ସେ ଇଟାଲି ଯିବେ ନାହିଁ ଜଣାପଡ଼ିଛି ।

1 COMMENT

  1. ଖଲ୍ଲିକୋଟ ରେଳଷ୍ଟେସନ ରେ ROB ପ୍ରତିଷ୍ଠା ର ଆବଶ୍ୟକତା ରହିଛି।ତୁରନ୍ତ ସେଠାରେ କରା ଯାଉ।ସେହିଭଳି ପୁରୁଷୋତ୍ତମପୁର ଜଗନ୍ନାଥ ପୁର ଥରେ ROB ପ୍ରତିଷ୍ଠା ଜରୁରୀ।ଟ୍ରାଫିକ ଜାମ ଯୋଗୁଁ ଦୈନନ୍ଦିନ ହଜାର ହଜ଼ାର ଲୋକ ନାହିଁ ନଥିବା ଅବସ୍ଥା ଭୋଗୁଛନ୍ତି।

LEAVE A REPLY

Please enter your comment!
Please enter your name here