ସୁଦୃଢ ହେବ ନୋଟାରୀ ସଂଘ

0
112

ବ୍ରହ୍ମପୁର (ଓବି ନ୍ୟୁଜ) : ଗଞ୍ଜାମ- ଗଜପତି ନୋଟାରୀ ସଂଘର ବୈଠକ ବ୍ରହ୍ମପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ପ୍ରସାଦ ରାଓଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ସଂଘର ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ନୋଟାରୀ ଫି ବୃଦ୍ଧି ସହ ସେମାନଙ୍କ କଲ୍ୟାଣ ସଂପର୍କରେ ଚିନ୍ତା କରିବା ପାଇଁ ସରକାରଙ୍କୁ ଅନୁରୋଧ କରିବା ନିମନ୍ତେ ନିଷ୍ପତି ହୋଇଥିଲା ।
ଆଗାମୀ ଅଧିବେଶନ ଭଞ୍ଜନଗରରେ କରିବା ପାଇଁ ନିଷ୍ପତି ହେବା ସହ ନୂତନ କମିଟି ଗଠନ ମଧ୍ୟ ହୋଇଥିଲା । ସମ୍ପାଦକ ରୂପେ ପ୍ରକାଶ ଦାଶ ମନୋନୀତ ହୋଇଥିଲେ । ଏହି ବୈଠକରେ ରାଜ୍ୟ ସଂଘ ସଭାପତି ଓ ସମ୍ପାଦକ ଯୋଗଦାନ କରିଥିଲେ । ଅତିଥି ରୂପେ ଆସିଥିବା ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ମୋହନ ସିଙ୍ଗାରୀ, ସୁଧାଂଶୁ ଶେଖର ପଣ୍ଡା ପ୍ରମୁଖ ଯୋଗଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here