ନଦୀରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

0
148

ପୁରୁଷୋତମପୁର(ଓବି ନ୍ୟୁଜ): ନଦୀରେ ଭାସୁଥିବା ଏକ ମୃତ ଦେହକୁ ପୁରୁଷୋତମପୁର ଅଗ୍ନିଶମ ବିଭାଗ ଉଦ୍ଧାର କରିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ ପୁରୁଷୋତମପୁର ରଣଝାଲି ନିକଟରେ ଥିବା ଋଷିକୁଲ୍ୟା ନଦୀରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବାର ଅଂଚଳବାସୀ ଦେଖିଥିଲେ । ଏ ନେଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନି ନିର୍ବାହୀ ଅଧିକାରୀ ସୁମନ୍ତ କୁମାର ଜେନା ଓ କର୍ମଚାରୀ ଘଟଣାସ୍ଥଳରେ ପହଂଚି ମୃତ ଦେହକୁ ଉଦ୍ଧାର କରି ପୁରୁଷୋତମପୁର ମେଡିକାଲରେ ଭର୍ତି କରିଥିଲେ । ଘଟଣାର ଖବର ପାଇ ପୁରୁଷୋତମପୁର ଥାନା ପୁଲିସ ଶବକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଖବର ଲେଖାହେବା ସୁଦ୍ଧା ବର୍ତମାନ ଯୁବକଙ୍କ ପରିଚୟ ମିଳିନଥିବାବେଳେ ପୁଲିସ ଏହାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here