ଶେଷ ସୋମବାରରେ ଜଳଲାଗି କଲେ କାଉଡ଼ିଆ

0
51

ସୋନପୁର (ଓବି ନ୍ୟୁଜ)(ସୁଶାନ୍ତ କୁମାର ସାହୁ): ମହାଦେବ ଶିବଙ୍କର ପ୍ରିୟ ମାସ ହେଉଛି ଶ୍ରାବଣ ମାସ । ଏହି ମାସରେ ମହାପ୍ରଭୁ ଶିବଙ୍କଠାରେ ଜଳ ଲାଗି ଓ ପୂଜାର୍ଚ୍ଚନା କଲେ ମହାଦେବଙ୍କ କୃପା ମିଳେ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି । ଏନେଇ ଶ୍ରାବଣ ମାସରେ ପ୍ରତି ଶିବ ମନ୍ଦିରରେ ଭକ୍ତଙ୍କ ଭିଡ଼ ଜମିଥାଏ । ସୋନପୁର ଜିଲାରେ ମାସ ସାରା ମନ୍ଦିରରେ ଭକ୍ତଙ୍କ ଭିଡ଼ ଜମୁଛି । ଆଜି ସନ୍ଧ୍ୟାରୁ କାଉଡ଼ିଆମାନେ ବାହାରି ଶିବାଳୟ ଅଭିମୁଖେ ଯାତ୍ରା କରିଛନ୍ତି । ସୋନପୁର ଜିଲାର ପ୍ରସିଦ୍ଧ ଶୈବପୀଠ ରାମେଶ୍ୱର,ସୁବର୍ଣ୍ଣମେରୁ,ଗୋକନେଶ୍ୱର, ବାବା,ପଶ୍ଚିମ ସୋମନାଥ,ଳୋକନାଥବାବା,ଓଁକାର ନାଥ ବାବା, ଚମ୍ପେଶ୍ୱର ବାବା, ପଚଂରଥ ମନ୍ଦିର ଆଦି ଶିବାଳୟରେ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଜମିଥିଲା । ଭକ୍ତଙ୍କ ପାଇଁ ରବିବାର ରାତିରେ ବିଭିନ୍ନ ଶିବାଳୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ବେଳେ ମଝିପଡା, ବ୍ଲକଛକ ପରି ଅନେକ ସ୍ଥାନରେ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଛି । କାଉଡ଼ିଆମାନେ ଭୋରରୁ ନଦୀରେ ଗାଧୋଇବା ପରେ ନଦୀ କୂଳରେ ପୂଜାର୍ଚ୍ଚନା କରିବା ପରେ ପାଣି ଉଠାଇ ଶିବାଳୟ ଅଭିମୁଖେ ଯାତ୍ରା କରିଥିଲେ । କାଉଡ଼ିଆ ମାନେ ଶିବାଳୟ ଅଭିମୁଖେ ଯାତ୍ରା କଲା ବେଳେ ବୋଲ ବୋମ ସ୍ଳୋଗାନ ଦେଉଥିଲେ । ଏହି ସ୍ଳୋଗାନରେ ରାଜପଥ ପ୍ରକମ୍ପିତ ହେଉଥିଲା । ଏପରିକି ବିଭିନ୍ନ ଶିବ ମନ୍ଦିରରେ ନାମ ସଂକିର୍ତର୍ନ ପରିବେଷଣ କରାଯିବା ସହ ଭକ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here