ବ୍ରହ୍ମପୁରରେ ଭାରତୀୟ ମଜଦୂର ସଂଘର ଦୁଇଦିନିଆ ପ୍ରଶିକ୍ଷଣ ଶିବିର

0
24

ବ୍ରହ୍ମପୁର(ଓବି ନ୍ୟୁଜ); ଭାରତୀୟ ମଜଦୂର ସଂଘ ଗଂଜାମ ଜିଲ୍ଲା ଶାଖା ପକ୍ଷରୁ ଏକ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ରାମହରି ନଗର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସଂଘର ରାଜ୍ୟ ସଭାପତି ଦିଲ୍ଲୀପ କୁମାର ଦାଶ, ରାଜ୍ୟ ସମ୍ପାଦକ ଲିଙ୍ଗରାଜ ସାହୁ ଯୋଗ ଦେଇ ବିଭିନ୍ନ ପ୍ରସଙ୍ଗ ଉପରେ ପ୍ରଶିକ୍ଷଣ ଦେଇଥିଲେ । ଜିଲ୍ଲା ସମ୍ପାଦକ ରାଜେନ୍ଦ୍ରନାଥ ନାୟକଙ୍କ ତତ୍ୱାବଧାନରେ ଗଂଜାମ ଜିଲ୍ଲାରୁ ୟୁଜିବି, ଓଡ଼ିଶା କଷି ଗ୍ରାମୀଣ, ଅଙ୍ଗନବାଡ଼ି, ଆଶାକର୍ମୀ, ଓଡ଼ିଶା କୋଠାବାଡ଼ି ଆଦି ସଙ୍ଗଠନର କର୍ମକର୍ତାମାନେ ପ୍ରଶିକ୍ଷଣ ନେଇଥିଲେ । ଏଥିରେ ପଡ଼ୋଶୀ ଗଜପତି ଜିଲ୍ଲାର ମଧ୍ୟ ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ମଧ୍ୟ ଯୋଗଦାନ ଦେଇଥିଲେ । ଏହି ପ୍ରଶିକ୍ଷଣ ଶିବିର ଶେଷ ହେବ ।

LEAVE A REPLY

Please enter your comment!
Please enter your name here