ଓଡ଼ିଶୀ ସଙ୍ଗୀତ ପ୍ରତିଯୋଗିତା

0
67

ପାରଳାଖେମୁଣ୍ଡି(ଓବି ନ୍ୟୁଜ))ଗଣେଶ କୁମାର ରାଜୁ):ପାରଳାଖେମୁଣ୍ଡି ସ୍ଥିତ ଭକ୍ତି ସଂଗୀତ ସଂସଦ ର ସଂଗୀତ ବିଦ୍ୟାଳୟ ପକ୍ଷରୁ , ଭକ୍ତକବି ଗୋପାଳ କୃଷ୍ଣ ସ୍ମୃତି ସମାରୋହ ପାଳନ କରାଯିବା ଅବସରରେ ଗୋପାଳ କୃଷ୍ଣଙ୍କ ପଦ୍ୟାବଳି ଓ ଓଡ଼ିଶୀ କଣ୍ଠ ସଂଗୀତ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର‌୍ୟ୍ୟକ୍ରମରେ ସଂସଦର ସଂପାଦକ ପୂର୍ଣ୍ଣଚନ୍ଦ୍ର ରଥ ପ୍ରାରମ୍ବିକ ସୁଚନା ଦେଇ କହିଥିଲେ ଯେ , ଭକ୍ତକବି ଗୋପାଳ କୃଷ୍ଣଙ୍କ ପଦ୍ୟାବଳି ଓ ଓଡ଼ିଶୀ କଣ୍ଠ ସଂଗୀତ ଉପରେ ପିଲାମାନେ ଅଧିକ ଜାଣିବେ ଓ ଶିଖିବେ , ତା ସହିତ ଏହାର କିଭଳି ଅଧିକ ପ୍ରଚାର ଓ ପ୍ରସାର ହୋଇ ପାରିବ, ସେହି ଉଦ୍ଦେଶ୍ ନେଇ ଏହି କାର୍ଯ୍ୟକ୍ରମ କ୍ରମ ଅନୁଷ୍ଠିତ ହେଉଛି , ଅନ୍ୟ ପକ୍ଷରେ , ଆସନ୍ତା ୧୮/୮/୨୦୧୯ ତାରିଖ ଦିନ ଓଡିଶା ସଂଗୀତ ନାଟକ ଏକାଡେମୀ, ଭୁବନେଶ୍ୱର ଆନୁକୂଲ୍ୟରେ ଭକ୍ତକବି ଗୋପାଳ କୃଷ୍ଣ ସ୍ମୃତି-ଚାରଣ ସଂଧ୍ୟା ଅନୁଷ୍ଠିତ ହେବ । ସେହି ଉପଲକ୍ଷେ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏହି ପ୍ରତିଯୋଗୀତାରେ ମୁଖ୍ୟତଃ କେବଳ ଗୋପାଳ କୃଷ୍ଣଙ୍କ ପଦ୍ୟାବଳି ସମେତ କୋଣସି କବିଙ୍କ ରଚିତ ଓଡ଼ିଶୀ ସଂଗୀତ ପରିବେଷଣ ହୋଇପାରିବ । ଏଥିରେ ସହରର ବିଭିନ୍ନ ଶିକ୍ଷା ଓ ସାଂସ୍କୃତିକ ଅନୁଷ୍ଠାନର ପିଲାମାନେ ବହୁସଂଖ୍ୟାରେ ଅଂଶଗ୍ରହଣ କରିଥିଲେ ବୋଲି ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ରଥ କହିଥିଲେ ।
ଏହି ସଂଗୀତ ପ୍ରତିଯୋଗିତା ବରିଷ୍ଠ ଓ କନିଷ୍ଠ ବିଭାଗ ଭିତ୍ତିରେ ହୋଇଥିଲା । ବରିଷ୍ଠ ବିଭାଗରେ ପ୍ରଥମ-ସୁଶ୍ରୀ ସ୍ପନ୍ଦନା ପଣ୍ଡା , ଦିତୀୟ-ସୁଶ୍ରୀ ସ୍ନେହା ପାତ୍ର ଏବଂ ତୃତୀୟ-ସୁଶ୍ରୀ ସାଇ ଶୁଭଶ୍ରୀ ପାତ୍ର ହୋଇଥିଲେ । ସେହିଭଳି କନିଷ୍ଠ ବିଭାଗରେ ପ୍ରଥମ-ସୁଶ୍ରୀ ସିପ୍ରା ପାତ୍ର , ଦିତୀୟ-ସୁଶ୍ରୀ ସ୍ୱାଧିତା ପାଢ଼ୀ ଏବଂ ତୃତୀୟରେ ଯୁଗ୍ମ ଭାବେ ଅଂଶୁମାନ ରଥ ଓ ଶ୍ରେୟାନ ପାଢ଼ୀ ହୋଇଥିଲେ ।
ଏହି ସଂଗୀତ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ବିଚାରକ ଭାବେ ସଂଗୀତ ଗୁରୁ ରଘୁନାଥ ପାତ୍ର ଏବଂ ବିଜୟ ପ୍ରଧାନ ଯୋଗ ଦେଇ ଥିବାବେଳେ ସଂଗୀତ ପ୍ରତି ଯୋଗିତା କାର୍ଯ୍ୟକ୍ରମ କୁ ସଂସଦର ରାଜେନ୍ଦ୍ର ରଥ ,ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here