‘ଡାବା ଭଲିବଲକୁ ସରକାରୀ ମାନ୍ୟତା ମିଳୁ’

0
33

ବ୍ରହ୍ମପୁର(ଓବି ନ୍ୟୁଜ): ଗଂଜାମ ଜିଲ୍ଲା ଡାବା ଭଲିବଲ ମହାସଂଘ ପକ୍ଷରୁ ତୃତୀୟ କାର୍ଯ୍ୟକାରିଣୀ ବୈଠକ ପାତାଳେଶ୍ୱର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରଫୁଲ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଡାବା ଭଲିବଲକୁ କିପରି ସରକାରୀ ମାନ୍ୟତା ମିଳିବ, ସେ ନେଇ ଏଠାରେ ବିସ୍ତୃତ ଭାବେ ଆଲୋଚନା ହେବା ସହ ବ୍ରହ୍ମପୁର ବିଧାୟକ ଓ ସାଂସଦଙ୍କୁ ଏକ ସ୍ମାରକ ପତ୍ର ଦେବା ପାଇଁ ସ୍ଥିର ହୋଇଥିଲା । ଏହାସହ ଆଗାମୀ ପ୍ରତିଯୋଗିତା ପାଇଁ ନୂତନ ନିୟମାବଳି ପ୍ରସ୍ତୁତ ହୋଇଥିଲା । ଏହି ଅବସରରେ ସଂଘର ସାଧାରଣ ସମ୍ପାଦକ ଚିନ୍ତାମଣି ନାୟକ, ଉପସଭାପତି ବାବାପ୍ରସାଦ ତ୍ରିପାଠୀଙ୍କ ସହ ଜିଲ୍ଲାର ବିଭିନ୍ନ ଅଂଚଳରୁ ବହୁ ପୁରାତନ ଖେଳାଳି ଓ କର୍ମକର୍ତାମାନେ ଯୋଗଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here