୭ ଦଫା ଦାବି ନେଇ ଇଷ୍ଟକୋଷ୍ଟ ରେଲୱେ ଶ୍ରମିକଙ୍କ ଧାରଣା

0
16

ବ୍ରହ୍ମପୁର(ଓବି ନ୍ୟୁଜ): ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ ୟୁନିଅନ ପକ୍ଷରୁ ବ୍ରହ୍ମପୁର ରେଳ ଷ୍ଟେସନସ୍ଥିତ ସଂଘର ଶାଖା କାର୍ଯ୍ୟାଳୟ ଆଗରେ ଗଣଧାରଣା ଦିଆଯାଇଥିଲା । ରେଲୱେ ବୋର୍ଡ଼ ପକ୍ଷରୁ ଚଳିତ ବର୍ଷ କାର୍ଯ୍ୟାଦେଶ ଥିବା ଟ୍ରାକଲାଇନ ପଦବୀର ପଦୋନ୍ନତିକୁ ତୁରନ୍ତ କାର୍ଯ୍ୟକାରୀ କରିବା, ସପ୍ତମ ବେତନ କମିଶନକୁ ରିଭାଇଜ କରିବା ତୁରନ୍ତ ପ୍ରଦାନ, ସମସ୍ତ କର୍ମଚାରୀଙ୍କୁ ୫,୪୦୦ ଟଙ୍କା ଜିପି ପ୍ରଦାନ, ସୁରକ୍ଷା ବୀମା ପ୍ରଦାନ, ସମସ୍ତ କାର୍ଯ୍ୟ ନିର୍ଘଂଟ ଆଠ ଘଂଟା କରିବା, ରେଲୱେ କଲୋନୀର ପୁନଃରୁଦ୍ଧାର ସହ ପରିମଳର ସୁଧାର ଆଣିବା ପାଇଁ ଏଠାରେ ଦାବି କରାଯାଇଥିଲା । ଏହି ଅବସରରେ ବ୍ରହ୍ମପୁର ଶାଖା ସମ୍ପାଦକ କେ.ଶ୍ରୀନିବାସ ରାଓ, ଏନ.ସଂଜୀବ ରେଡ୍ଡୀ, ଜି.ଚିରଞ୍ଜିବୀ, ୱାଇ.ଭେଙ୍କଟ ରାଓ ଓ ଡି.ଏସଏନଙ୍କ ମୂର୍ତିଙ୍କ ସମେତ ବହୁ ସଦସ୍ୟ ଏଥିରେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here