ସୁବର୍ଣ୍ଣପୁର ଜିଲ୍ଲାରେ ହାଇକୋର୍ଟ ବେଂଚ ପ୍ରତିଷ୍ଠା ଦାବି

0
37

ସୋନପୁର (ଓବି ନ୍ୟୁଜ)(ସୁଶାନ୍ତ କୁମାର ସାହୁ): ସୋନପୁର, ଜିଲା ଓକିଲ ସଂଘ କାର୍ଯ୍ୟାଳୟରେ ଆୟୋଜିତ ସଭାରେ ସଂଘ ସଭାପତି ସର୍ବେଶ୍ୱର ପୁରୋହିତ ଅଧ୍ୟକ୍ଷତା କରି ସୁବର୍ଣ୍ଣପୁର ଜିଲା ଓକିଲ ସଂଘ ପକ୍ଷରୁ ଜିଲାର ଦୁଇ କ୍ୟାବିନେଟ ମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ଏବଂ ସୁବର୍ଣ୍ଣପୁର ଜିଲାରେ ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବି କରିଥିଲେ । ଏନେଇ ଏକ ଦାବି ପତ୍ର ଉଭୟ ମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ । ୨୦୧୩ ରେ କେନ୍ଦ୍ର ସରକାର ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ପାଇଁ ବିଚାରପତିଙ୍କ ସଂଖ୍ୟା, ବ୍ୟୟ ଅଟକଳ ଆଦି ବିବରଣୀ ସହ ସ୍ଥାନ ନିରୂପଣ କରି ରିପୋର୍ଟ ଦେବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ । ଭୌଗୋଳିକ ଦୃଷ୍ଟିକୋଣରୁ ପଂଚମ ଓଡିଶାର ମଧ୍ୟସ୍ଥଳରେ ସୁବର୍ଣ୍ଣପୁର ଜିଲା ରହିବା ସହ ଗମନାଗମନ ଦୃଷ୍ଟିରୁ ଅନ୍ୟ ଜିଲା ମାନଙ୍କଠାରୁ ଏହାହିଁ ପ୍ରକୃଷ୍ଟ ସ୍ଥାନ । ଏଠାରେ ହାଇକୋର୍ଟ ବେଂଚ ସ୍ଥାପନ ପାଇଁ ପର୍ଯ୍ୟାପ୍ତ ପରିମାଣର ଜମି ରହିବା ସହ ଆବଶ୍ୟକ ଭିତିଭୂମୀ ମଧ୍ୟ ରହିଛି ।

ଓଡିଶାର ଅନ୍ୟ ଜିଲାରେ ଶିଳ୍ପ ପ୍ରତିଷ୍ଠାନ, ମେଡିକାଲ କଲେଜ, ବୈଷୟିକ ପ୍ରତିଷ୍ଠାନ ଆଦି ରହିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଜିଲାରେ ସେଭଳି କୌଣସି ଅନୁଷ୍ଠାନ ପ୍ରତିଷ୍ଠା ହୋଇ ପାରିନାହିଁ । ଏହି ଜିଲା ଅନେକ ବିଚକ୍ଷଣ ଆଇନଜୀବୀ ସୃଷ୍ଟି କରିବା ସହ ଏବେବି ଜିଲାର ଅନେକ ପ୍ରତିଭା ରାଜ୍ୟର ବିଚାର ବିଭାଗରେ ନିଜର ଦାୟିତ୍ୱ ନିର୍ବାହ କରୁଛନ୍ତି । ତେଣୁ ସୁବର୍ଣ୍ଣପୁରରେ ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା କରିବାକୁ ଜିଲା ଓକିଲ ସଂଘ ସଭାପତି ଲିଖିତ ଭାବେ ଦାବି କରିଥିଲେ । ରାଜ୍ୟ ଯୋଜନା ଓ ସମନ୍ୱୟ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ହାଇକୋର୍ଟ ବେଂଚ ପାଇଁ ସ୍ଥାନ ନିରୂପଣ ପାଇଁ କୌଣସି ସୁଯୋଗ ମିଳିଲେ ସେ ନିଶ୍ଚିତ ସୁବର୍ଣ୍ଣପୁର ଜିଲାର ପ୍ରସ୍ତାବ ଉପସ୍ଥାପନ କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଜିଲା ଓକିଲ ସଂଘର ନିଷ୍ପତିି ତାଙ୍କ ନିଷ୍ପତି ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଏହା ସହିତ ଜିଲାର ବିକାଶରେ ସମସ୍ତେ ସହଯୋଗ କରିବାକୁ ଆହ୍ୱାନ ଦେଇଥିଲେ । ଆଇନଜୀବୀ ଶ୍ୟାମା ଓଁ ପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଶେଷରେ ସଂଘ ସମ୍ପାଦକ ଗଦାଧର ନେଗୀ ଧନ୍ୟବାଦ ଅର୍ପଣ କରିଥିଲେ ।

କାର୍ଯ୍ୟକ୍ରମରେ ବିନିକା ଓକିଲ ସଂଘର ସୁଧାଂଶୁ ଦାସ, ପଂଚାନନ ଦନ୍ତା, ହରିବଂଶ ମେହେର, ରବିନ୍ଦ୍ର କୁମ୍ଭାର, ବୀରମହାରାଜପୁର ଓକିଲ ସଂଘର ରାଧାକାନ୍ତ ମହାକୁଡ, ସନ୍ତୋଷ ଚାନ୍ଦ, ଛବିଳ କର୍ଣ୍ଣ, ରାମପୁର ଓକିଲ ସଂଘର ପ୍ରଫୁଲ୍ଲ ମେହେର, ନାରାୟଣ ଭୋଇ, ତରଭା ଓକିଲ ସଂଘର ଅକ୍ଷୟ ବାଗ, ସଞ୍ଜିତ ସାହୁ, ଡୁଙ୍ଗୁରିପାଲି ଓକିଲ ସଂଘର ସୁବାସ ରଣା ପ୍ରମୁଖଙ୍କ ସହ ଜିଲା ଓକିଲ ସଂଘର ଇନ୍ଦ୍ରମଣୀ ଦାସ, ଦଶରଥ ମାହାଣା, ବ୍ୟୋମକେଶ ଦାସ, ପ୍ରମୋଦ ମହାପାତ୍ର, କଇଁରୁ ସ୍ୱାଇଁ, ପ୍ରକାଶ ମିଶ୍ର, ଆଦିକନ୍ଦ ମହାକୁଡ, ସନ୍ତୋଷ ମେହେର, ଭଗବତୀ ପ୍ରସାଦ ମିଶ୍ର, ସୀତାରାମ ପ୍ରସାଦ ମିଶ୍ର, ବାବୁଲାଲ ଦାସ, ସତ୍ୟନାରାୟଣ ମିଶ୍ର, ରାମଶଙ୍କର ମେହେର, ଉପାନନ୍ଦ ପୁରୋହିତ, ବିିନ ବିହାରୀ ବିଦ୍ୟାଧର, ହିମାଂଶୁ ଭୂଷଣ ନାୟକ, ମଧୁସୂଦନ ପ୍ରଧାନ, ଗୋପାଳକୃଷ୍ଣ ମିଶ୍ର, ଅଟଳ ବିହାରୀ ମହାପାତ୍ର, ଅଦ୍ୱେତ ପଣ୍ଡା, ପ୍ରତାପ ପୁରୋହିତ,ଶିବନାରାୟଣ ମହାପାତ୍ର, ସ୍ୱାଧୀନ ମେହେର, ପର୍ଶୁରାମ ମିଶ୍ର, ହଳଧର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here