ବେଆଇନ ଗୋଚାଲାଣରେ ଲାଗିବ ଅଙ୍କୁଶ

0
111

ପାରଳାଖେମୁଣ୍ଡି(ଓବି ନ୍ୟୁଜ)ଗଣେଶ କୁମାର ରାଜୁ):ଭାରତ ଦେଶରେ ବେଆଇନ ଗୋ ଚାଲାଣ ଓ ପଶୁହତ୍ୟାର ସୁରକ୍ଷା ଦେବା ଦିଗରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ସମ୍ପୁର୍ଣ୍ଣ ଭାବେ ବିଫଳ ହୋଇଛି । ତେଣୁ ଏହି ନିୟମକୁ ଦେଶରେ କଡ଼ାକଡି ଭାବେ ଲାଗୁ କରାଯିବାକୁ ୮୩ ବର୍ଷୀୟ ଅବସର ପ୍ରାପ୍ତ ଏୟାର- କ୍ରାଫ୍ଟ ଇଂଜିନିୟର ମାତାଲ ଚନ୍ଦ୍ରପତି ରାଓ , ମାନ୍ୟବର ସୁପ୍ରିମକୋର୍ଟରେ ଅଭିଯୋଗ ଦାଏର କରି ଦାବୀ ଦୋହରାଇଛନ୍ତି ବୋଲି ପାରଳାଖେମୁଣ୍ଡି ସ୍ଥିତ ବିଶ୍ୱନାଥ ଫଙ୍କସନାଲ ହଲ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ଶ୍ରୀ ରାଓ ,ଅଭିଯୋଗରେ କହିଛନ୍ତି ଯେ , ବେଆଇନ ଗୋଚାଲାଣ ଓ ପଶୁହତ୍ୟା ଭଳି ଜଘନ୍ୟ କାର୍ଯ୍ୟ କରି ଆସୁଥିବା ରାଜ୍ୟରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ,ଏ ଦିଗରେ ଉଦ୍ଧିଷ୍ଟ ଥିବା ନିୟମକୁ କଡାକଡି ଲାଗୁ କରୁ ନ ଥିବା ଯୋଗୁଁ ଭାରତ ଦେଶରେ ଗତ ୩୫ ହଜାର ବର୍ଷ ହେଲାଣି ଗୋସମ୍ପଦ୍ ଦିନକୁ ଦିନ ଲୋପ ପାଇବାରେ ଲାଗିଛି । ଅନ୍ୟ ପକ୍ଷରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲର ବିଚାର ଶୁନ୍ୟ ନିଷ୍ପତ୍ତି ଓ ଏହା ବିରୁଦ୍ଧରେ ଉଚିତ ପଦକ୍ଷେପ ନେବାର ବିଫଳତା ଯୋଗୁଁ ଦେଶରେ ଗୋଚାଲାଣ ଓ ଖାଦ୍ୟ ଭାବେ ପଶୁହତ୍ୟା ଭଳି ଜଘନ୍ୟ କାର‌୍ୟ୍ୟ ବଢ଼ି ଚାଲିଛି ବୋଲି ଅଭିଯୋଗରେ କହିଛନ୍ତି ।
ଏ ସମ୍ପର୍କରେ ଇଂ ରାଓ , ମାନ୍ୟବର ସୁପ୍ରିମକୋର୍ଟ ରେ ଅଭିଯୋଗ ପିଟିସନ ଦାଏର କରିଥିବା ବେଳେ ମାନ୍ୟବର ସୁପ୍ରିମକୋର୍ଟ ଖଣ୍ଡପୀଠ ଅରୁଣ ମିଶ୍ର ଓ ଏମଆର ଶାହା ଅଭିଯୋଗ ପିତିସନକୁ ଆଧାର କରି ଗତ ତା:୨୨/୭/୧୯ ରେ କେନ୍ଦ୍ର ସରକାରଙ୍କୁ ଗୋସୁରକ୍ଷା , ଅବାଧ ଗୋଚାଲାଣ ଓ ଗୋହତ୍ୟା ସମ୍ପର୍କରେ ଏକ ନୋଟିସ ଜାରୀ କରିଛନ୍ତି । ଏହି ଖଣ୍ଡପୀଠ ଦ୍ୱୟ ସମଗ୍ର ଭାରତ ବର୍ଷର ୯୦ ଜଣଙ୍କୁ ଆସନ୍ତା ସେପ୍ଟେମ୍ବର ୧୦ ରେ ସୁପ୍ରିମକୋର୍ଟରେ ହାଜର ହେବାକୁ ନୋଟିସ ଜାରୀ କରିଛନ୍ତି ଏବଂ ଏହି ୯୦ ଜଣଙ୍କ ମଧ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମେତ ଦେଶର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଜୈବ ବିବିଧତା ବୋର୍ଡ ପ୍ରମୁଖ ଅନ୍ତର୍ଭୁକ୍ତ ଅଛନ୍ତି ।
ଇଂ ରାଓ , ଆହୁରି ଅଭିଯୋଗରେ କହିଛନ୍ତି ଯେ , ଦେଶରେ ଦିନକୁ ଦିନ ଗୋ ସୁରକ୍ଷା ଅତ୍ୟନ୍ତ ବିପର‌୍ୟ୍ୟସ୍ତ ହୋଇପଡିଲାଣୀ ,ଅବାଧ ଗୋଚାଲାଣ ଓ ଗୋହତ୍ୟା ବଢ଼ି ଚାଲିଛି, ହେଲେ ସେମାନଙ୍କ ବିରୁଦ୍ଧରେ କୋଣସି ପଦକ୍ଷେପ ନେବା ଦିଗରେ ପରିବେଶ ସୁରକ୍ଷା ଆଇନ ଓ ଜୈବ ବିବିଧତା ଆଇନ , ଭାରତ ବର୍ଷରେ ପ୍ରଚଳନ ହୋଇ ଆସୁଥିଲେ ମଧ୍ୟ ଦେଶର ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ କୋଣସି ପ୍ରକାର ପଦକ୍ଷେପ ନେଉନାହାନ୍ତି ଏବଂ ଏ ଦିଗରେ ସମ୍ପୁର୍ଣ୍ଣ ବିଫଳ ବୋଲି ଅଭିଯୋଗରେ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ , ଜାତୀୟ ପଶୁସମ୍ପଦ ଆୟୋଗର ଅଧ୍ୟକ୍ଷ ଜଷ୍ଟିସ ଗୁମନ ଲାଲ ଲୋଧା , ମଧ୍ୟ ଏହି ପ୍ରକାର ଗୋଚାଲାଣ ଓ ଗୋହତ୍ୟା ପାଈଁ ଗଭୀର ଦୁଃଖ ପ୍ରକାଶ କରି କହିଛନ୍ତି ଯେ , ଏକ ଲକ୍ଷରୁ ଉର୍ଦ୍ଧ୍ବ ବେଆଇନ ଗୋଚାଲାଣ କାରୀଙ୍କ ବିରୁଦ୍ଧରେ କୋଣସି ଉଚିତ ପଦକ୍ଷେପ ନିଆ ଯାଉ ନ ଥିବା ଯୋଗୁଁ କିମ୍ବା ଏ ଦିଗରେ କୋଣସି କଡ଼ାକଡି ନିୟମ ଲାଗୁ କରା ଯାଉ ନଥିବା ଯୋଗୁଁ ସମଗ୍ର ଭାରତ ବର୍ଷରେ ଅବାଧ ଗୋଚାଲାଣ ଫଳରେ ଦେଶୀ ଗାଇ ସଂଖ୍ୟା କମୁଛି ଓ ପରିବେଶ ,କୃଷି ଏବଂ ସର୍ବୋପରି ମାନବ ଜାତିକ୍ଷେତ୍ର ଘୋର ପ୍ରଭାବିତ ହେଉଛି ବୋଲି କହିଥିବା ଇଂ ରାଓ , ପ୍ରକାଶ କରିଥିଲେ ।
ଏଠାରେ ସୁଚନା ଯୋଗ୍ୟ ଯେ , ଇଂ ରାଓ ଏକ ଚାଷୀ ପରିବାରରେ ଜନ୍ମ ହୋଇ ଜଣେ ଏୟାର-କ୍ରାଫ୍ଟ ଇଂଜିନିୟର ଭାବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟ କରୁଥିଲେ । ଗୋ-ସମ୍ପଦ ,କୃଷି କ୍ଷେତ୍ରରେ ଏକ ମେରୁଦଣ୍ଡ । ତେଣୁ , ବର୍ତ୍ତମାନ ସେ ଗୋ-ସୁରକ୍ଷା ଦିଗରେ ନିଜର ଜୀବନକୁ ଉସର୍ଗ କରି ଆସୁଛନ୍ତି ବୋଲି ଇଂ ରାଓ କହିଛନ୍ତି ।

LEAVE A REPLY

Please enter your comment!
Please enter your name here