ଆଇଓବି ପକ୍ଷରୁ ଋଣ ମେଳା

0
56

ବ୍ରହ୍ମପୁର (ଓବି ନ୍ୟୁଜ): ବେକାରୀଙ୍କୁ ନିଯୁକ୍ତି ପାଇଁ ଚାଲିଛି ଅନେକ ଯୋଜନା । ଆଉ ସେସବୁ ଭିତରେ ସେମାନଙ୍କୁ ଋଣ ଆକାରରେ ଆର୍ଥିକ ସହାୟତା ପ୍ରଦାନ କରି ନିଜର ବ୍ୟବସାୟିକ ପ୍ରତିଷ୍ଠାନ କରିବା ପାଇଁ ସୁଯୋଗ ମଧ୍ୟ ସୃଷ୍ଟି କରାଯାଉଛି । ସେଥି ପାଇଁ ଇଣ୍ଡିଆନ ଓଭରସିସ୍ ବ୍ୟାଙ୍କ ପକ୍ଷରୁ ଏକ ଋଣ ମେଳା ଅନୁଷ୍ଠିତ ହୋଇଯାଇଛି । ଲଘୁ, ମଧ୍ୟମ ଓ କ୍ଷୁଦ୍ର ଉଦ୍ୟୋଗୀମାନଙ୍କ ଆର୍ଥିକ ମେରୁଦଣ୍ଡକୁ ସୁଦୃଢ କରି ସେମାନଙ୍କୁ ସ୍ୱାବଲମ୍ବି କରିବା ପାଇଁ ସରକାରଙ୍କ ପକ୍ଷରୁ ଚାଲିଛି ଅନେକ ଯୋଜନା । ଆଉ ସେହି କ୍ରମରେ ବ୍ରହ୍ମପୁର ଠାରେ ଥିବା ଆଇଓବିର କ୍ଷେତ୍ରୀୟ କାର୍ଯ୍ୟାଳୟ ପରିସରରେ ଏକ ଋଣ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ବରିଷ୍ଠ କ୍ଷେତ୍ରୀୟ ପ୍ରବନ୍ଧକ ଚନ୍ଦ୍ରମଣି ଜାଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନାବାର୍ଡ଼ର ଏଜିଏମ୍ ସୁମନ ସୌରଭ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରିଥିଲେ । ଏହି ଅବସରରେ ୫୦ଜଣ ହିତାଧିକାରୀଙ୍କୁ ଋଣ ପ୍ରଦାନ ସଂପର୍କିତ ପ୍ରମାଣପତ୍ର ପ୍ରଦାନ କରାଯିବା ସହ ସେମାନଙ୍କୁ ଏହି ଯୋଜନା ସଂପର୍କରେ ସଚେତନ କରାଯାଇଥିଲା । ଏହି ଅବସରରେ ବିଭିନ୍ନ ଶାଖାର ପ୍ରବନ୍ଧକ ଓ କ୍ଷେତ୍ରୀୟ କାର୍ଯ୍ୟାଳୟର ପ୍ରବନ୍ଧକ ଓ ଅଧିକାରୀମାନେ ଯୋଗଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here