ହିଞ୍ଜିଳକାଟୁ (ଓବି ନ୍ୟୁଜ)(ପବିତ୍ର କୁମାର ପାତ୍ର):ହିଂଜିଳିକାଟୁ ସହରକୁ ସବୁଜମୟ କରିବା ପାଇଁ ଦୀର୍ଘ କିଛି ଦିନହେଲା ତ୍ରିରଙ୍ଗା ଯୁବକ ସଂଘ ଓ ଡ଼ିସକଭରୀ ହିଂଜିଳିକାଟୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ସହର ରେ ଚାରା ଗଛ ରୋପଣ ସହ ବିଭିନ୍ନ ଫଳ ମଞ୍ଜିକୁ ଖାଲି ସ୍ଥାନ ରେ ବୁଣିବା ନଜର ରହିଛି। ମିଳିତ ସଂଘ ପକ୍ଷରୁ ରବିବାର ଅପରାହ୍ଣରେ ହିଂଜିଳିକାଟୁ ମ୍ୟୁନିସପାଲଟି ୱାର୍ଡ଼ ନଂ-୧୦ ଉପର ରେଗିଡ଼ି ସାହିରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରିଥିଲେ ଏହି କାର୍ୟ୍ୟକ୍ରମରେ ଆସିକା ସାଂସଦ ପ୍ରମିଳା ବିଶୋୟୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯୁବକ ସଂଘ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ତ୍ରିରଙ୍କା ଯୁବକ ସଂଘ ସଭାପତି ରଂଜନ କୁମାର ସାହୁ, ଡ଼ିସକଭରୀ ହିଂଜିଳିକାଟୁର ମୁଖ୍ୟ କାହ୍ନୁ ପଣ୍ଡା , ପ୍ରଭୁଦତ ପାତ୍ର, ସାଂସଦଙ୍କ ବ୍ୟକ୍ତିଗତ ସହାୟକ ନୀଳମଣି ପଟ୍ଟନାୟକ, ବ୍ଲକ ଅଧ୍ୟକ୍ଷ ଏନ ରଘୁନାଥ, ବିଜେଡ଼ି ନଗର ସଭାପତି ଭୀମସେନ ବେହେରା, ଯୁଧିଷ୍ଟିର ସ୍ୱାଇଁ, ପ୍ରସାଦ ମହାରଣା, ଆକାଶ ବାଡ଼ତ୍ୟା, ସୁମନ ସାହୁ, ସିପୁନ ପାଠି,କିରଣ ପୃଷ୍ଟି,ନୀଳମାଧବ ପାତ୍ର, ନାଳାଂଚଳ ମୁନି,ବଳରାମ ପାତ୍ର, ଆଶୁତୋଷ ସାହୁ,ଶିବଶମ୍ଭୁ ଗୌଡ,ଅନାଦି ପାଣିଗ୍ରାହି, ଆଲୋକ ନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।