ବ୍ରହ୍ମପୁର(ଓବି ନ୍ୟୁଜ୍): ଆଜି ଓଡ଼ିଶା ହାଇକୋର୍ଟର ଜଷ୍ଟିସ୍ ଏ.କେ ରଥ ଦିନିକିଆ ଗସ୍ତରେ ବ୍ରହ୍ମପୁର କୋର୍ଟ ପରଦର୍ଶନରେ ଆସିଥିଲେ । ପ୍ରଥମେ ଜିଲ୍ଲା କୋର୍ଟ, ସିଜେଏମ କୋର୍ଟ, ଫେମିଲି କୋର୍ଟ, ଅନ୍ୟାନ୍ୟ କୋର୍ଟ ପରିଦର୍ଶନ କରି କୋର୍ଟର କାର୍ଯ୍ୟକଳାକୁ ତଦାରଖ କରିଥିଲେ । ପରେ ଗଞ୍ଜାମ ବାରକୁ ଆସି ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ବହୁ ବରିଷ୍ଠ ଆଇନଜୀବୀ ଉପସ୍ଥିତ ରହିଛନ୍ତି ।