ବେଗୁନିଆପଡ଼ା(ଓବି ନ୍ୟୁଜ): ବେଗୁନିଆପଡା ବ୍ଲକ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ପଵିତ୍ର ଶ୍ରାବଣ ମାସ ଶେଷ ସୋମବାର ଦିନ ସୁମଣ୍ଡଳ ଠାରେ ବୃକ୍ଷରୋପଣ କରାଯାଇଛି । ରାଜ୍ୟ ସଂଯୋଜିକାଙ୍କ ଅନୁରୋଧ କ୍ରମେ ଏହି କାର୍ଯ୍ୟକ୍ରମରେ ଜାମୁକୋଳି, ଅଂଳକ୍ଷ, ଦେବଦାରୁ, ଫାଶୀ, କୃଷ୍ଣଚୁଡା ଆଦି ଗଛ ରୋପଣ କାର୍ଯ୍ୟ ହାତକୁ ନିଆଯାଇଛି । ଆଜିର କାର୍ୟ୍ୟକ୍ରମରେ ସାହିତ୍ୟଘର ସମ୍ପାଦକ ରବୀନ୍ଦ୍ର ନାଥ ମହାରଣା, ଉପ ସଭାପତି ଶୁଭକାନ୍ତ ଗୌଡ଼, ସନ୍ତୋଷ କୁମାର ସାହୁ, ଶିବ ଶଙ୍କର ବାରିକ, ପି. କୃଷ୍ଣ ଚନ୍ଦ୍ର ଦୋରା, କାର୍ତ୍ତିକ ଚନ୍ଦ୍ର ଡାକୁଆ, ଗୋବିନ୍ଦ ଚନ୍ଦ୍ର ଜେନାଙ୍କ ସମେତ ସମସ୍ତ ସଦସ୍ୟ, ସଦସ୍ୟା, ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପରେ ଏକ ବୈଠକ ଅନୁଷ୍ଠିତ ହେବା ସହ ଆସନ୍ତା କାର୍ୟ୍ୟପନ୍ଥା ଉପରେ ଆଲୋଚନା କରାଯାଇଥିଲା ।