ସମୁଦ୍ରର ଆଁ ଭିତରେ ଲୀନ ହୋଇଯିବ ଗାଁ

0
120

ବ୍ରହ୍ମପୁର (ଓବି ନ୍ୟୁଜ): ସମୁଦ୍ର କୁଳ ଲଂଘୁଛି । ଫୁଲି ଫୁଲି ଯାଉଛି ଜୁଆର । ଗ୍ରାମବାସୀ ଚିନ୍ତା ଓ ଭୟରେ । ଏମିତି ଦୃଷ୍ଟି ଦେଖିବାକୁ ମିଳୁଛି ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ଅନ୍ତର୍ଗତ କୁତୁରୁ ଗ୍ରାମ ପଂଚାୟତର ରାମୟାପାଟଣା ଗାଁରେ । ଗତ ୧୦ ତାରିଖରୁ ଏଠାରେ ସମୁଦ୍ର କୂଳ ଲଘୁଛି । ସକାଳୁ ସକାଳୁ ସମୁଦ୍ର ଅଶାନ୍ତ ରହିବା ସହ କୂଳରେ ବଡ଼ ବଡ଼ ଲହଡ଼ା ପିଟି ହୋଇ ଏକ ଭୟଙ୍କର ପରିବେଶ ସୃଷ୍ଟି କରୁଛି । ଏପରିକି ତଟରେ ଥିବା ମତ୍ସ୍ୟଜୀବୀ ମାନଙ୍କର କିଛି ଘର ଓ ଗଛ ଭାଙ୍ଗି ଯାଇଥିବାର ଅଭିଯୋଗ ହୋଇଛି । ଏହି ପ୍ରକାର ସ୍ଥିତି ପ୍ରତିବର୍ଷ ହୋଇ ଆସୁଛି ଏବଂ ସେଠାରେ ଏକ ୱାଲ୍ ଗାଡ୍ ନିର୍ମାଣ ପାଇଁ ମଧ୍ୟ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇ ଆସୁଛି । ସେହି ବାବଦରେ ପ୍ରଶାସନିକ ସ୍ତରରେ ପ୍ରକିୟା ଆରମ୍ଭ ହୋଇଥିଲେ ମଧ୍ୟ ଏଯାବତ୍ ସେଦିଗରେ ପଦକ୍ଷେପ ନିଆଯାଇନଥିବାରୁ ପ୍ରତିବର୍ଷ ଏହି ସମୟରେ ଲୋକମାନେ ଆଶା ଆଶଙ୍କାରେ ରହୁଛନ୍ତି ଏପରିକି କିଛି ଲୋକ ଗାଁ ଛାଡ଼ି ଚାଲି ଯାଉଛନ୍ତି । ଏଣୁ ତୁରନ୍ତ ସରକାର ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here