ପରିଣତ ବୟସରେ ପରିବାରର ବୋଝ ମୁଣ୍ଡାଇଛନ୍ତି ଚିନ୍ତାମଣି

0
199


ଛତ୍ରପୁର (ଓବିନ୍ୟୁଜ) (ପ୍ରଶାନ୍ତ କୁମାର ମହାରଣା) : ଦାରିଦ୍ୟ କଷଣ ଆଗରେ ଶାରିରୀକ ପୀଡାତୁଛ ହୋଇଥାଏ । ଆଖିରେ ଅସହ୍ୟ ଯନ୍ତ୍ରଣା ସତ୍ତେ୍ୱ ପରିବାର ପୋଷଣ ପାଇଁ ଜଣେ ରିକ୍ସା ଚାଳକ କିପରୀ ଶ୍ରମକୁ ଶ୍ରେୟ ଦେଇଛନ୍ତି ତାହା ନିଛକ ଉଦାହରଣ ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ସଦରମହକୁମା ଛତ୍ରପୁର ସହର ନିକଟ ହନୁମାନ ମନ୍ଦିର ସାହିର ଜି.ଚିନ୍ତାମଣିଙ୍କ କ୍ଷେତ୍ରରେ । ୮୦ବର୍ଷୀୟ ଚିନ୍ତାମଣି ଦୀଘ ୪୦ବର୍ଷ ହେଲା ରିକ୍ସା ଚଳାଇ ପରିବାର ଚଳାଇ ଆସୁଛନ୍ତି । ସେ ନିତାନ୍ତ ଗରୀବ ଶ୍ରେଣୀର ହୋଇଥିଲେ ମଧ୍ୟ ତାଙ୍କୁ ଖଣ୍ଡିଏ ପଡିକାର୍ଡ ସହ ଭତ୍ତା ସରକାରୀ ସହୟତା ମିଳିଥିଲେ ମଧ୍ୟ ପରିବାର ପୋଷଣ କରିବା ତାଙ୍କ ଉପରେ ବୋଝ ପଡିଛି ।

ତାଙ୍କର ୩ଜଣ ପୁଅ ଥିଲେ ମଧ୍ୟ ସେଥିରୁ ୨ଜଣପୁଅ ବେକାର ହୋଇ ଘରେ ବସିଛନ୍ତିା ଝିଅ ବିବାହ କରିଥିବା ଋଣ ଏପର୍ଯ୍ୟନ୍ତ ସୁଜିପାରିନାହାନ୍ତି । ଦୈନିକ ୧୦୦/୧୫୦ଟଙ୍କା ଆଦାୟ କରନ୍ତି । ସେ କୈାଣସି ଲୋକଙ୍କ ରିକ୍ସା ବାବଦରେ ଦର ଧାର୍ଯ୍ୟ କରନ୍ତି ନାହିଁ ଯିଏ ଯାହା ଦେଲା ଖୁସିରେ ରଖିଦିଅନ୍ତି । ସେଥିରେ ପରିବାରର ବୋଝ କହିଲେ ନସରେ ବଜାର ଦରଦାମ ବଢିବା ସହ ବିଭିନ୍ନ ସାମଗ୍ରୀ କିଣିବାରେ କଷ୍ଠସାଧ୍ୟ୍ୟ ହୋଇଥାଏ ତାଙ୍କ ପାଖରେ । ଗତ କିଛି ବର୍ଷ ହେଲା ସେ ଅସୁସ୍ଥତା ଥିଲେ ମଧ୍ୟ ପରିବାର ଚଳାଇବା ନିମନ୍ତେ ସେ ରିକ୍ସା ଚଳାଉଛନ୍ତି । ଯଦି ବେଶି ଜୋରରେ ଅସୁସ୍ଥତା ଅନୁଭବ କରନ୍ତି ରିକ୍ସା ଚଳାଇନପାରି ଘରେ ବସି ରହିଲେ ଦୁଇଓଳି ଆହାର ଯୋଗାଡ କରିବା ତାଙ୍କ ପରିବାର ପାଇଁ କଷ୍ଟକର ହୋଇଥାଏ । ଦେହର ଯନ୍ତ୍ରଣା ସତ୍ତେ୍ୱ ସେ ରିକ୍ସା ଚଳାଇବାକୁ ବାଧ୍ୟ ହୋଇଥାନ୍ତି ।

ଏପରି ସ୍ଥଳେ ଛତ୍ରପୁର ସହରରେ ରିକ୍ସା ଚଳାଇ ପରିବାର ଚଳାଇଉଛନ୍ତି । ପରିବାରର ଜଣ ସଦସ୍ୟଙ୍କୁ ଦୁଇଓଳା ଦୁଇମୁଠା ଆହାର ଯୋଗାଇବା ପାଇଁ ସେ ନିଜ ଯନ୍ତ୍ରଣାକୁ ପଛରେ ପକାଇ ରିକ୍ସା ଚଳାଉଛନ୍ତି । ତେବେ ମାଳମାଳ ଅଟୋ ଏବଂ ରିକ୍ସାଠାରୁ ଅପେକ୍ଷାକୃତ କମ ଦର ରହୁଥିବାରୁ ଏବେ ରିକ୍ସା ଚାହିଦା ହ୍ରାସ ପାଇଛି । ଗୋଟିଏ ଭଡା ପାଇଁ ଦିନ ଦିନ ଅପେକ୍ଷା କରିବାକୁ ପଡିଛି । ଏଭଳିି ଜଣେ ଗରୀବ ୮୦ବର୍ଷୀୟ ରିକ୍ସା ଚାଳକ ସମାଜ ପାଇଁ ଉଦାହରଣ ପାଲଟିଛନ୍ତି ।

LEAVE A REPLY

Please enter your comment!
Please enter your name here