ଭଞ୍ଜନଗର ର ଜଣେ ବ୍ଲକ କର୍ମଚାରୀ ପଜିଟିଭ

0
1182

ଭଞ୍ଜନଗର(ଓବି ନ୍ୟୁଜ)(ଜୟକୃଷ୍ଣ ପଟ୍ଟନାୟକ): ଗଞ୍ଜାମ ଜିଲ୍ଲାରେ ଆଜି ୧୦ଜଣ କରୋନା ଯୋଦ୍ଧାଙ୍କ ସମେତ ୩୮ଟି ନୂଆ ପଜିଟିଭ କେଶ ସାମ୍ନାକୁ ଆସିଥିବା ଗଞ୍ଜାମ ଜିଲ୍ଲାପାଳ ଟୁଇଟର ଯୋଗେ ସୂଚନା ଦେଇଛନ୍ତି । ଏହି ୧୦ଜଣ ଯୋଦ୍ଧା କରୋନା ମୁକାବିଲା ପାଇଁ କାର୍ଯ୍ୟ କରୁଥିବା ବେଳେ କୌଣସି କାରଣରୁ ସଂକ୍ରମିତ ହୋଇଥିବା ଜଣାପଡିଛି।ସେଥିମଧ୍ୟରୁ ପୋଲସରା ବ୍ଲକ ର ୩ଜଣ, ଚିକିଟିର ୨ଜଣ, ଛତ୍ରପୁର, କବିସୂର‌୍ୟ୍ୟନଗର, ଗଞ୍ଜାମ, ରଙ୍ଗେଇଲୁଣ୍ଡା, ଭଞ୍ଜନଗର ରୁ ଜଣେ ଲେଖାଏଁ କରୋନା ଯୋଦ୍ଧା ରହିଥିବା ଜଣାପଡିଛି । ଭଞ୍ଜନଗର ର ଆକ୍ରାନ୍ତ ବ୍ୟକ୍ତି ଜଣକ ପଞ୍ଚାୟତ ସମିତି ର କର୍ମଚାରୀ ବୋଲି ଜଣାପଡିଛି । ତାଙ୍କୁ ଭଞ୍ଜନଗର କୋଭିଡ କେୟାର ସେଣ୍ଟର କୁ ପ୍ରଶାସନ ତରଫରୁ ପଠାଯାଇଛି । ଏହାକୁ ନେଇ ଅନ୍ୟ କର୍ମଚାରୀ ମାନେ ଭୟଭୀତ ହୋଇ ପଡ଼ିଥିବା ଜଣା ପଡ଼ିଛି ।

LEAVE A REPLY

Please enter your comment!
Please enter your name here