ବେଗୁନିଆପଡ଼ା (ଓବି ନ୍ୟୁଜ୍) ପୁଣି ବନ୍ଧୁକ ମୁନରେ ଲୁଟ୍ l ସେ ପୁଣି ବ୍ୟାଙ୍କ୍ କର୍ମଚାରୀ ଙ୍କ ଠାରୁ l ଘଟଣା ଘଟିଛି ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ତିରିଡା ରାସ୍ତାରେ l ପ୍ରାପ୍ତ ସୂଚନା ଅନୁଯାୟୀ ଆଜି ଅପରାହ୍ଣ ସମୟରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ମଥୁରା ଠାରେ ଥିବା ଆଇ. ସି. ଆଇ. ସି .ଆଇ. ବ୍ୟାଙ୍କର ଦୁଇ କର୍ମଚାରୀ ବିଭୂତି ସାହୁ ଓ ଶୁଭଶ୍ରୀ ନାୟକ ଅଲଗା ଅଲଗା ବାଇକ୍ମ ଓ ସ୍କୁଟିରେ ମଥୁରା ବ୍ରାଞ୍ଚ୍ ବନ୍ଦ କରି ବେଗୁନିଆପଡ଼ା ଫାଣ୍ଡି ନିକଟସ୍ଥ ନୂତନ ଭାବେ ଖୋଲା ଯାଇଥିବା ଆଇ ସି ଆଇ ସି ଆଇ ବ୍ରାଞ୍ଚ୍ କୁ ଆସୁଥିବା ବେଳେ ତିରିଡା ନିକଟସ୍ଥ ରାସ୍ତାରେ ତିନି ଜଣ ଦୁର୍ବୁତ୍ତ ଗୋଟିଏ ବାଇକ୍ ରେ ଆସି ସେହି ଦୁଇ ଜଣଙ୍କୁ ଅଟକାଇ ମାଉଜର ଦେଖାଇ ଭୟଭୀତ କରିବା ସହ ବିଭୂତି ସାହୁଙ୍କ ଠାରୁ 25000 ଟଙ୍କା ସହ ଗାଡି ଚାବି ଲୁଟ୍ କରି ନେବା ସହ ଉଭୟ ବିଭୂତି ଓ ଶୁଭଶ୍ରୀ ଙ୍କ ଠାରୁ ମୋବାଇଲ ଛଡ଼ାଇ ଖଲ୍ଲିକୋଟ ଦିଗରେ ଛୁଟି ଯାଇଥିଲେ l ଖବର ପାଇ ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ତୁରନ୍ତ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି l ଘଟଣା ନେଇ ଖଲ୍ଲିକୋଟ ଥାନାରେ ଏତଲା ଦିଆଯାଇଥିବା ନେଇ ବ୍ୟାଙ୍କ୍ ମ୍ୟାନେଜର୍ ଦେବାଶିଷ ପଣ୍ଡା ସୂଚନା ଦେଇଛନ୍ତି l