+2 କଳା ପରୀକ୍ଷାରେ ଟପ 20 ମଧ୍ୟରେ 9ମ ସ୍ଥାନରେ ଚିନ୍ମୟୀ

0
71

ବେଗୁନିଆପଡ଼ା (ଓବି ନ୍ୟୁଜ୍): ଗରୀବ ପରିବାରରେ ଜନ୍ମଗ୍ରହଣ କରିବି ପାଠରେ ଗରିବ ହୋଇନାହାନ୍ତି ସେ l ଘରେ ଅର୍ଥ ଅଭାବ ଥାଇ ବି ମନକୁ ଦୃଢ଼ କରି ପାଠ ପଢି ବେଗୁନିଆପଡ଼ା ତଥା ଗଞ୍ଜlମ୍ ଜିଲ୍ଲା ଓ ରାଜ୍ୟ ପାଇଁ ସୁନାମ ପାଇଁ ସୁନାମ ଆଣିଛନ୍ତି l ସେ ହେଉଛନ୍ତି ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ବୀର ଜଗନ୍ନାଥପୁର ଗ୍ରାମର ଦୀନବନ୍ଧୁ ନଗର ର ସୁନା ଝିଅ ଚିନ୍ମୟୀ ଶତପଥୀ l ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା +2 କଳା ପରୀକ୍ଷାରେ ସେ 600 ନମ୍ବର ରୁ 528 ନମ୍ବର ରଖି (88%)କୃତକାର୍ଯ୍ୟ ହୋଇ ରାଜ୍ୟରେ ଟପ 20 ମଧ୍ୟରୁ ନବମ ସ୍ଥାନରେ ରହି ବେଗୁନିଆପଡ଼ା ଅଞ୍ଚଳରେ ସାବାସ୍ ନେଇଛନ୍ତି l ବାପା ନିରଞ୍ଜନ ଶତପଥୀ ଓ ମା ବାସନ୍ତୀ ଶତପଥୀ ଙ୍କ ସାନ ଝିଅ ଚିନ୍ମୟୀ l ବାପା ପୁରୋହିତ କାମ କରୁଥିବା ବେଳେ ଭାଇ ରାଜେନ୍ଦ୍ର ଶତପଥୀ ଅର୍ଥ ପାଇଁ ରାଜ୍ୟ ବାହାରକୁ କାମ ପାଇଁ ଯାଇଛନ୍ତି l ବାପାଙ୍କ ରୋଜଗାର କମ୍ ଥିବାରୁ ଚିନ୍ମୟୀ ଶେଷରେ କିଛି ପିଲାଙ୍କୁ ଟିଉସନ୍ କରି କିଛି ଅର୍ଥ ସଂଗ୍ରହ କରି ନିଜ ପାଠ ପଢ଼ାରେ ଖର୍ଚ୍ଚ କରୁଥିଲେ l ସ୍ଥାନୀୟ ଜନତା ବିଜ୍ଞାନ ମହା ବିଦ୍ୟାଳୟରେ ସେ +2 ପାଠ ପଢୁଥିବା ବେଳେ ଦିନକୁ କଲେଜ ସମୟକୁ ବାଦ୍ ଦେଇ 6 ରୁ 7 ଘଣ୍ଟା ପରିଶ୍ରମ କରୁଥିଲେ l ଘର ଠାରୁ କିଛି ଦୂରରେ କଲେଜ ଥିବା ଯୋଗୁଁ ସେ ଚାଲି ଚାଲି ଯାଇ ଆସି ପାଠ ପଢୁଥିଲେ ସିନା ଏବେ ସେ +3 ପାଠ ପଢିବା ପାଇଁ ଆର୍ଥିକ ଅଭାବରେ ପଡ଼ିଛନ୍ତି l ସେପଟେ ବାପାଙ୍କ ରୋଜଗାର ଆଉ ଭାଇଙ୍କ ରୋଜଗାର ଘର ଚାଲିବା ପାଇଁ ସମାନ୍ ହେଉଥିବା ବେଳେ ଚିନ୍ମୟୀ ତାଙ୍କ ପଢିବା ପାଇଁ କାହାକୁ ଚାପ ଦେବାକୁ ଚାହୁଁନାହାନ୍ତି l ଜନତା ମହାବିଦ୍ୟାଳୟ ସ୍ଥାପିତ ହେବାର 28 ବର୍ଷ ପରେ ଚିନ୍ମୟୀ ଙ୍କ ଏହି ସଫଳତା ବିରଳ ଓ ଏହା ଏହି କଲେଜ ଓ ଅଞ୍ଚଳ ପାଇଁ ଗର୍ବ ବୋଲି ଅଧ୍ୟକ୍ଷ ସନ୍ତୋଷ କୁମାର ପଣ୍ଡା ପ୍ରକାଶ କରିଛନ୍ତି l ସେପଟେ ଝିଅ କୁ ଆଉ ଅଧିକ ପଢାଇବା ପାଇଁ ସକ୍ଷମ ନୁହଁନ୍ତି ବୋଲି ବାପା ନିରଞ୍ଜନ ପ୍ରକାଶ କରିଥିବା ବେଳେ ଝିଅ କିନ୍ତୁ ପଢିବା ପାଇଁ ଆଶା ବାନ୍ଧିଛନ୍ତି l ଭବିଷ୍ୟତରେ ଜଣେ ଭଲ ଶିକ୍ଷୟିତ୍ରୀ ହେବା ପାଇଁ ଆଶା ରଖିବା କଥା ସେ ସମ୍ବାଦ କୁ କହିଛନ୍ତି l ଏହି ସୁନା ଝିଅ ପାଇଁ ସହାୟତାର ହାତ କିଏ ବଢାଇବ ତାହାକୁ ନେଇ କଳ୍ପନା ସ୍ରୁଷ୍ଟି ହୋଇଛି l

LEAVE A REPLY

Please enter your comment!
Please enter your name here