ଗଞ୍ଜାମ (ଓବି ନ୍ୟୁଜ୍) (ଉମାକାନ୍ତ ବେହେରା) ; ପବିତ୍ର ଶ୍ରାବଣ ମାସର ଶେଷ ସୋମବାର ରେ ଗଞ୍ଜାମ ସହରାଞ୍ଚଳ ଓ ଗଂଜାମ ବ୍ଲକ ରେ ରହିଥବା ବିଭିନ୍ନ ଶୈବପୀଠ ମାନଙ୍କରେ ଜଳାଭିଷେଖ ନିମନ୍ତେ କାଉଡ଼ିଆ ମାନଙ୍କ ପ୍ରବଳ ବିଡ଼ ଜମିଥିବାର ଦେଖିବାକୁ ମିଳିଛି । ନିଜର ମାନସିକ ପୂରଣ ନିମନ୍ତେ ବୋଲବମ ଭକ୍ତ ମାନେ ବ୍ରତ ପାଳନ ପୂର୍ବକ ଗଞ୍ଜାମ ସହର ର ଉପକଣ୍ଠ ଦାମୋଦରପୁର ଗ୍ରାମ ନିକଟରେ ପ୍ରବାହିତ ହେଉଥିବା ପୁଣ୍ୟ ସ୍ରୋତଶ୍ୱିନୀ ଋଷିକୁଲ୍ୟା ଘାଟ ରୁ ଦଳ ଦଳ ହୋଇ ଶ୍ରାବଣୀ ଜଳଭାର କାନ୍ଧରେ ଧାରଣ କରି ମହାଦେବ ଙ୍କ ଉଦ୍ଦେଶ୍ୱରେ ବିଭିନ୍ନ ନାରା ଦେଇ ବିଭିନ୍ନ ମହାଦେବ ମଂଦିର ରେ ଶୀବଲିଙ୍ଗ ମାନଙ୍କରେ ଜଳାଭିଷେଖ କରିଛନ୍ତି । ଯାହାକୁ ନେଇ ପ୍ରତ୍ୟେକ ଶୈବପୀଠ ଉତ୍ସବ ମୁଖର ହେବା ସହ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।