ବାତ୍ୟା ପରେ ବାତ୍ୟା ଗଲାଣି ତଥାପି ହୋଇପାରୁନି ଆଶ୍ରୟସ୍ଥଳୀ

0
43

ଗଞ୍ଜାମ (ଓବି ନ୍ୟୁଜ୍) (ଉମାକାନ୍ତ ବେହେରା) ; ଗଞ୍ଜାମ ବ୍ଲକ ଅନ୍ତର୍ଗତ ଗଞ୍ଜାମ ତହସିଲ ଅଧିନସ୍ଥ ପୋଇରାଶି ପଞ୍ଚାୟତ ର ବରପଲ୍ଲୀ ଗ୍ରାମ ରେ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ନଥିବା ଯୋଗୁଁ ପ୍ରତ୍ୟକ ବର୍ଷ ବନ୍ୟା ସମୟରେ ଗ୍ରାମବାସୀ ଆତଙ୍କିତ ହୋଇପଡୁଥିବା ପରିଲଖିତ ହେଉଛି । ଗ୍ରାମଟି ଗଞ୍ଜାମ ତହସିଲ ଅଞ୍ଚଳ ର ସବୁଠାରୁ ତଳୁଆ ଅଂଚଳ ରେ ରହିଥିବା ବେଳେ ଗାଁ ର ଅତି ନିକଟରେ ଦକ୍ଷିଣ ଦିଗରେ ଋଷିକୂଲ୍ୟା ନଦୀ ପ୍ରବାହିତ ହେଉଛି । ଉତ୍ତର ଦିଗରେ ଖରଖରୀ ନାଳ ଯାଇ ପୂର୍ବ ଦିଗ ରେ ଋଷିକୂଲ୍ୟା ନଦୀ ସହ ସଂଯୋଗ ହୋଇଛି । ଯାହାକୁ ନେଇ ବନ୍ୟା ସମୟରେ ଗ୍ରାମ ପ୍ରତି ବିପଦ ରହିଛି । ପ୍ରତ୍ୟକ ବର୍ଷ ବନ୍ୟା ସମୟରେ ଗ୍ରାମ ରେ ବନ୍ୟା ଜଳ ପଶି ଯାଉଥିବା ସହ ଗ୍ରାମଟି ପାଣି ଘେରରେ ରହି ବାହାର ଦୁନିଆଁ ସହ ବିଛିନ୍ନ ହୋଇଯାଉ ଥିବା ପରି ଦେଖାଯାଉଛି । ଫଳରେ ଗ୍ରାମ ବାସୀ ଆତଙ୍କିତ ଅବସ୍ଥାରେ ରହୁଛନ୍ତି । ଗତବର୍ଷ ତିତଲି ବନ୍ୟା ବେଳେ ଓଡ୍ରାଫ ଓ ଦମକଳ ବିଭାଗ ପକ୍ଷରୁ ଗ୍ରାମ କୁ ରିଲିଫ ସାମଗ୍ରୀ ପହଂଚା ଯାଇଥିଲା । ସମ୍ପ୍ରତି ବର୍ଷା ଦିନ ଆସି ଯାଇଥିବାରୁ ଲୋକେ ଭୟ ଭିତ ହୋଇ ପଡିଛନ୍ତି । ଗ୍ରାମରେ ୧୫ ସହ ଲୋକ ବାସ କରୁଥିବା ବେଳେ ଏ ନେଇ ପୂର୍ବତନ ବ୍ଲକ ବିଜୁଜନତା ଦଳ ସଭାପତି ବନବାସୀ ଖୁଣ୍ଟିଆ ପ୍ରଶାସନ କୁ ଗ୍ରାମରେ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳ ନିମନ୍ତେ ବହୁବାର ଗୁହାରି କରି ଆସିଥିଲେ ସୁଧା କୌଣସି ସୁଫଳ ମିଳି ନଥିବା ସେ ଅଭିଯୋଗ କରିଛନ୍ତି । ତେଣୁ ଗ୍ରାମର ବୃହତ୍ତର ସ୍ୱାର୍ଥ ନିମନ୍ତେ ଜିଲ୍ଲା ପ୍ରଶାସନ ଗ୍ରାମରେ ଏକ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳ ନିର୍ମାଣ ନିମନ୍ତେ ପଦକ୍ଷେପ ନେବାକୁ ଗ୍ରାମବାସୀ ଙ୍କ ପକ୍ଷରୁ ଦୃଢ଼ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here