ମୋହନା (ଓବି ନ୍ୟୁଜ୍) ( ସୁବିତ୍ କୁମାର ନାୟକ ) ; ଗଜପତି ଜିଲ୍ଲା ମୋହନା ବ୍ଲକରେ ଆନ୍ତର୍ଜାତୀୟ ଯୁବ ଦିବସ ପାଳନ ହୋଇଯାଇଛି । ଏହି ଦିବସକୁ ମୋହନା ବ୍ଲକର ବିଜୁ ଯୁବ ବାହିନୀ ସଂଯୋଜକ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଆୟୋଜନ କରାଯାଇଥିଲା । ମୋହନା ଥାନା ପୋଲିସ କର୍ମଚାରୀ ଜାତୀୟ ପତାକା ଦେଖାଇ ଏହାର ଶୁଭା ଆରମ୍ଭ କରିଥିଲେ । ଶତାଧିକ ଯୁବକ ଓ ଯୁବତୀ ଙ୍କ ଦ୍ୱାରା ଏକ ଶୋଭା ଯାତ୍ରା ବାହାରି ମୋହନା ଥାନା ଠାରୁ ବାହାରି ରଙ୍ଗ ମାଟିଆ କନଭେନଟ୍ ପର୍ଯ୍ୟନ୍ତ ଜାଇଥିଲା ଏବଂ ଏକ ସାଧାରଣ ସଭା ଅନୁଷ୍ଠିତ କରାଯାଇଥିଲା । ଯୁବକ ହେଉଛି ଦେଶର ଭବିଷ୍ୟତ । ପଞ୍ଚାୟତ ସ୍ତରରୁ ଜାତୀୟ ସ୍ତର ପର୍ଯ୍ୟନ୍ତ ସେମାନଙ୍କର ଯେଉଁ ଦକ୍ଷତା ରହିଛି ତାହା ଯେପରି ପରିପ୍ରକାଶ କରିବେ ଯଥା – କ୍ରୀଡା, ଶିକ୍ଷା, ସଂସ୍କୃତି, ସ୍ବାସ୍ଥ୍ୟ ଓ ବୈ÷ଶୟିକ ଦିଗରେ ପରିପ୍ରକାଶ କରିପାରିବେ ସେହି ବିଷୟରେ ସଚେତନତା କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ମୋହନା ବ୍ଲକର ବିଜୁ ଯୁବ ବାହିନୀର ସଂଯୋଜକ ପିଙ୍କୁ କୁମାର ସିଂ, ଅବସର ପ୍ରାପ୍ତ ଶିକ୍ଷକ ମଧୁସୂଦନ ପାଢ଼ୀ, ପ୍ରାଣୀ ଚିକିତ୍ସକ ଡକ୍ଟର, ସମାଜ ସେବୀ ପ୍ରମୋଦ ନାୟକ, ଆଶିଷ, ସମିର, ସୁଭାଷ, ସାଗର, ଦଳିତ ମାଇନରିଟି ସଭାପତି ପ୍ରଫୁଲ୍ଲ ଲିମା ଏବଂ କନଭେନଟ୍ ସିଷ୍ଟର ଉପସ୍ଥିତ ଥିଲେ ।