ସାକାର ହେବ ଅଖଣ୍ଡ ଭାରତର ସ୍ୱପ୍ନ

0
95

ଗଜପତି (ଓବି ନ୍ୟୁଜ୍) (ଗଣେଷ କୁମାର ରାଜୁ) ; ଅଖଣ୍ଡ ହେଵ ଭାରତର ନିୟତୀ ଏବଂ ପ୍ରତ୍ୟେକ ଦେଶଭକ୍ତର୍ ସ୍ବପ୍ନ ” ଅଖଣ୍ଡ ଭାରତ ” ସାକାର ହେବାକୁ ଯାଉଛି । ସ୍ୱାମୀ ମୁକୁନ୍ଦା ନନ୍ଦ ଭଳି ଯୁଗଦ୍ରଷ୍ଠା ତଥା ଜଗତଗୁରୁ ଶ୍ରୀକୁପାଳୁଜୀ ମହାରାଜଙ୍କ ଶିଷ୍ୟଙ୍କ ସ୍ନେହ ଆଦର ସ୍ୱରୂପ ଶିଶୁ ମାନଙ୍କ ଆଧ୍ୟତ୍ମିକ ପ୍ରଗତି ଓ ରାଷ୍ଟ୍ର-ଭକ୍ତିରେ ଜଡ଼ିତ ନିମନ୍ତେ ବାଲ-ମୁକୁନ୍ଦ କେନ୍ଦ୍ର ଏ ଦିଗରେ ପ୍ରୟାସ ଜାରୀ ରହିଛି । ଏହି ଅବସରରେ , ପାରଳାଖେମୁଣ୍ଡି ସ୍ଥିତ ପରିଛା ମଠ ପରିସରରେ ଥିବା ବାଲ-ମୁକୁନ୍ଦ କେନ୍ଦ୍ର ଠାରେ “ଅଖଣ୍ଡ-ଭାରତ” କାର୍ଯ୍ୟକ୍ରମ , କେନ୍ଦ୍ରର ନିତ୍ୟାନନ୍ଦ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ପ୍ରଥମେ ଭାରତର ଗୌରବ ସୁଷମା ସ୍ୱରାଜ ଏବଂ ସ୍ଥାନୀୟ ଅଂଚଳର ବିଶିଷ୍ଠ କ୍ରୀଡ଼ାବିତ୍ ଲଳିତ ମିଶ୍ରଙ୍କ ବିୟୋଗରେ , ତାଙ୍କ ଆତ୍ମାର ସଦଗତି ପାଈଁ ଗୀତା ପଠନ ଓ ତାପରେ ନିରବ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲ। । କାର୍ଯ୍ୟକ୍ରମ ରେ ଯୋଗଗୁରୁ ଲକ୍ଷ୍ମୀ ଚରଣ ପଟନାୟକ , ଯୋଗଦେଇ ପିଲା ମାନଙ୍କୁ ଯୋଗାସନ ଶିକ୍ଷା ଦେଇ ଥିଲେ ଏବଂ ଏଥିରେ ଶିଶୁ ଗୋପୀନାଥ ପଣ୍ଡା ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ଅତିଥି ଭାବେ ରାଜେନ୍ଦ୍ର ପଢ଼ିଆରୀ ଯୋଗଦେଇ , ଭାରତର ଭୌଗୋଳିକ ସ୍ଥିତିକୁ ଅବଗତ କରାଇ ମନରେ ମାତୃଭୂମି ପ୍ରତି ଭକ୍ତି କରିବାକୁ ମାର୍ଗ ଦର୍ଶନ ଦେଇଥିଲେ । ଭାରତ ପୁଣି ଅଖଣ୍ଡ ହେବ , ଏଥିରେ କୋଣସି ସନ୍ଦେହ ନାହିଁ ବୋଲି ମହର୍ଷି ଅରବିନ୍ଦଙ୍କ ଭବିଷ୍ୟତ ବାଣୀକୁ ଶିଶୁ-ପ୍ରଜ୍ୟୋତି ନିତ୍ୟାନନ୍ଦ ଚୌଧୁରୀ ଉପସ୍ଥାପନ କରିଥିଲେ । ଏବଂ ଏ ଦିଗରେ ଉପସ୍ଥିତ ଶିଶୁ ମାନଙ୍କ ମଧ୍ୟରେ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରବର୍ତ୍ତୀ କାର୍ଯ୍ୟକ୍ରମରେ ଚିତ୍ରଶିଳ୍ପୀ ତଥା ଆର୍ଟ-ଶିକ୍ଷକ ମୁରଲୀ ଧର ପରିଛାଙ୍କ ଠାରୁ ପୂଣ୍ୟ-ଭୁମୀ ଭାରତର ଚିତ୍ରାଙ୍କନ ଶିକ୍ଷା ଗ୍ରହଣ କରା ଯାଇଥିଲା ।

LEAVE A REPLY

Please enter your comment!
Please enter your name here