ପଲ୍ଲୀଶ୍ରୀ ସ୍ବେଛାସେବୀ ଅନୁଷ୍ଠାନ ପକ୍ଷରୁ ବୃକ୍ଷ ରୋପଣ

0
31

ଗଞ୍ଜାମ (ଓବି ନ୍ୟୁଜ୍) (ଉମାକାନ୍ତ ବେହେରା) ; ପରିବେଶ କୁ ସୁରକ୍ଷା ଦେବା ଓ ସମୁଦ୍ର ଉପକୂଳ ବର୍ତ୍ତି ଅଞ୍ଚଳରେ ଜନବସତି କୁ ସୁରକ୍ଷା ଦେବା ନିମନ୍ତେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପଲ୍ଲୀଶ୍ରୀ ସ୍ବେଛାସେବୀ ଅନୁଷ୍ଠାନ, ଭୁବନେଶ୍ୱର ଜେଏଫଜେଇ ଓ ଆରସିଜେ ଙ୍କ ସହାୟତା ରେ ଗଞ୍ଜାମ ଜିଲାର ବିଭିନ୍ନ ବ୍ଲକ ର ସମୁଦ୍ର ଉପକୂଳ ବର୍ତ୍ତି ଅଂଚଳରେ ଚାରା ରୋପଣ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି । ଗଂଜାମ ବ୍ଲକ ର ଗୋଖରକୁଦା ଗ୍ରାମର ପରିବେଶ ବିତ୍ତ ତଥା ପଲ୍ଲୀଶ୍ରୀ ସ୍ବେଛାସେବୀ ଅନୁଷ୍ଠାନ ର ସଂଯୋଜକ ଡବ୍ଲୁ.କାଶୀନାଥ ଙ୍କ ତତ୍ୟବଧାନ ରେ ଗୋଖରକୁଦା ଓ ଛତ୍ରପୁର ବ୍ଲକ ର ନୋଳିଆ ନୂଆଗାଁ ଆଦି ଗ୍ରାମମାନଙ୍କରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି । ଆଗାମୀ ଦିନ ରେ ଗଞ୍ଜାମ ଜିଲା ର ୨୭ ଟି ବିଭିନ୍ନ ଗ୍ରାମରେ ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଅଂଚଳ ର ଗ୍ରାମବାସୀ,ଯୁବ ସ୍ବେଛାସେବୀ ଓ ଛାତ୍ର ଛାତ୍ରୀ ମାନଙ୍କ ସହଯୋଗ ରେ ଆୟୋଜିତ କରାଯିବା ନେଇ ଅନୁଷ୍ଠାନର ସଂଯୋଜକ କାଶୀନାଥ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here